Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ନିଶ୍ୱାସରେ ବିଷାକ୍ତ ବାୟୁ ଗ୍ରହଣ କରୁଛନ୍ତି ଦିଲ୍ଲୀବାସୀ

ନୂଆଦିଲ୍ଲୀ- ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଶ୍ୱାସକ୍ରିୟାରେ ବିଷାକ୍ତ ବାୟୁ ନେଉଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଦିଲ୍ଲୀରେ ବୁଧବାର ବାୟୁ ଗୁଣବତ୍ତା ସୂଚାକାଙ୍କର ସ୍ତର 460 ରହିଛି । ପଞ୍ଜାବୀ ବାଗରେ ଏକ୍ୟୁଆଇ 460, ଆନନ୍ଦବିହାରରେ 452, ଆରକେପୁରମରେ 433 ରେକର୍ଡ ହୋଇଛି । ସୋମବାର ସକାଳେ ଏହି ସ୍ତର ଥିଲା 453 ।
ବୋର୍ଡର ଅଧିକାରୀଙ୍କ ମୁତାବକ ମଙ୍ଗଳବାର ପ୍ରଦୂଷଣରେ ସାମାନ୍ୟ ସୁଧାର ହୋଇଥିଲା । ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ଗୌତମବୁଦ୍ଧ ନଗରରେ ନବମ ଶ୍ରେଣୀଯାଏ ସ୍କୁଲକୁ ନଭେମ୍ବର 10ଯାଏ ଗାଜିଆବାଦରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଆଗାମୀ 6ଦିନରେ ଦିଲ୍ଲୀର ପରିସ୍ଥିତି ଆହୁରି ବିଗିଡିପାରେ ବୋଲି ପୂର୍ବାନୁମାନ କରାଯାଉଛି ।

Show More

Related Articles

Back to top button