Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କମୁନି କରୋନା ମୃତ୍ୟୁସଂଖ୍ୟା, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣଙ୍କ ମୃତ୍ୟୁ

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟାରେ କିଛି ଫରକ୍ ପଡୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୩୮୮କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟାରେ କିଛି ଫରକ୍ ପଡୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୩୮୮କୁ ବୃଦ୍ଧି ପାଇଛି । ଆଜି କଟକ, ପୁରୀ, ଝାରସୁଗୁଡା ଓ ଖୋର୍ଦ୍ଧାରୁ ୪ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ, ଜଗତସିଂହପୁର, କଳାହାଣ୍ଡି ଓ ରାୟଗଡାରୁ ୩ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର, କେନ୍ଦ୍ରାପଡା, ନୂଆପଡା, ସମ୍ବଲପୁର ଓ ଦେବଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button