Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ ବିଜେତାଙ୍କୁ ମିଳିବ ୧୧.୭ କୋଟି ଟଙ୍କା

ଚଳିତମାସ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ପୁରସ୍କାର ରାଶି ସୋମବାର ଘୋଷଣା କରିଛି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)। ଏହି ମ୍ୟାଚ୍‌ର ବିଜେତା ଦଳ ୧.୬ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୧୧.୭ କୋଟି ଟଙ୍କା) ପୁରସ୍କାର ପାଇବ। ଉପବିଜେତା ଦଳ ଏହି ଅର୍ଥର ଅଧା; ଅର୍ଥାତ୍ ୮୦୦,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ୫.୮୫ କୋଟି ଟଙ୍କା ପୁରସ୍କାର ପାଇବ

ଚଳିତମାସ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ପୁରସ୍କାର ରାଶି ସୋମବାର ଘୋଷଣା କରିଛି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)। ଏହି ମ୍ୟାଚ୍‌ର ବିଜେତା ଦଳ ୧.୬ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୧୧.୭ କୋଟି ଟଙ୍କା) ପୁରସ୍କାର ପାଇବ। ଉପବିଜେତା ଦଳ ଏହି ଅର୍ଥର ଅଧା; ଅର୍ଥାତ୍ ୮୦୦,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ୫.୮୫ କୋଟି ଟଙ୍କା ପୁରସ୍କାର ପାଇବ। ବିଜେତା ଦଳ ଟେଷ୍ଟ ଚମ୍ପିଆନ୍‌ସିପ୍ ଗଦା (ମେସ୍) ମଧ୍ୟ ପାଇବ।

ଭାରତୀୟ ଦଳ ଏହି ଫାଇନାଲ ମ୍ୟାଚ୍‌ ଏବଂ ଏହାର ୬ ସପ୍ତାହ ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦଳ ଜୁନ୍ ୩ରେ ଇଂଲଣ୍ଡରେ ପହଞ୍ଚି ସାଉଥାମ୍ପଟନରେ ଅଭ୍ୟାସ କରିବା ସହ ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳୁଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ସୁବିଧାଜନକ ସ୍ଥିତିରେ ରହିଛି। ଘରୋଇ ଇଂଲଣ୍ଡ ବିପକ୍ଷ​‌ରେ ପ୍ରଥମ ଟେଷ୍ଟରେ ଭଲ ଖେଳି ଡ୍ର ରଖିଥିଲା। ୨ୟ ଟେଷ୍ଟରେ ଇଂଲଣ୍ଡକୁ ସହଜରେ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ହରାଇ ସିରିଜ୍ ଜିତିନେଇଛି।

Show More

Related Articles

Back to top button