ଓଡ଼ିଆ ଗଳ୍ପସ୍ୱତନ୍ତ୍ର

ଦଶରା ବଜାର ହିରୋ

ହେଲା ଦଶହରା ବେଳ,
ଡିଏ କୁ ବୋନସ ଦେଖି ଘରଣୀ ର
ପାଟିରୁ ଗଡ଼ୁଚି ଲାଳ l

ସତେ ଅବା ମହାକାଳ,
ଦେବୀ ପୂଜା ସଙ୍ଗେ ପତ୍ନୀ ପୂଜା ହେଲେ
ନିଶ୍ଚେ ମିଳିବ ସୁଫଳ l

ପାକିଟି କୁ ଟିକେ ଖୋଲ,
ଲୁଗା ପଟା କିଣା ସାଙ୍ଗେ ମେଢ଼ ଦେଖା
ସାଥିରେ ବଜାର ବୁଲ l

ଦେଖି ମାଇପ ର ଚାଲ,
ଭାବିଲି ମଉକା ମିଳିଚି ଏସନ
ହବା ଟିକେ ଖଲ ଖଲ l

ଗଲି ମୁଁ ସିନେମା ହଲ,
ଦେଖି ସେ ହିରୋକୁ ହେଲା ମୋର ମନ
ହେବି ହିରୋ ହୀରା ଲାଲ l

ଦାଢ଼ି ରେ ପୁରିଲା ଗାଲ,
ଟ୍ରିମର ରେ କାଟି ମେହେନ୍ଦି ନଗାଇ
ମାରିଲି ନଢ଼ିଆ ତେଲ l

ଗଲି ମୁଁ ସପିଙ୍ଗ ମଲ,
ଜିଇନି ଟି ସାର୍ଟ ହାତେ ଆଈ ଫୋନ
ବଦଳିଲା ମୋ ଷ୍ଟାଇଲ l

ଦେଖି ଏ ନବୀନ ବାଳ,
ଖୋଜୁଛି ଘରଣୀ ତାଳୁ ରୁ ତଳିପା
କୋଉଠି କରିବ ଗେଲ l

ୟେ ଆଡେ ଟିକେ ଆସିଲ,
କାହିଁ ଯାଇଥିଲ କୁଆଡ଼ୁ ଆସିଲ
ଆଇନା ଟିକେ ଦେଖିଲ l

ବେହିଆ ରେ ସରିଗଲ,
ପାଚିଲା ବାଳ ରେ କଳା ବୋଳି ହୋଇ
ଆଜମା ରେ ଧଇଁ ପେଲ l

ନିଜକୁ କିସ ଭାବିଲ,
ସିନେମା ର ହିରୋ ଦିଲ୍ଲୀପ କୁମାର
ଏଯାଏଁ କଉଠି ଥଲ l

ଭାବିଲି ହୋଇଲା ଭୁଲ,
ପାଟି ଗଣିତ ଟା ବୀଜ ଗଣିତର
ରଖିଲାନି ତାଳ ମେଳ l

ହେଲି ମୁଁ ଓରିଜିନାଲ,
ଆପଣା ଭେଣ୍ଡି କୁ ସୁନା ମୁଣ୍ଡା ଦେଖି
ପୁରିଲା ଘରଣୀ କୋଳ l

ମାଆ ଭକତି ରେ ଭୋଳ,
ଶଙ୍କଟ ତାରିଣୀ ମହିଂସାମର୍ଦ୍ଧିନୀ
କର ସଭିଙ୍କ ମଙ୍ଗଳ l

🙏ଲେଖା :ଦିଲ୍ଲୀପ ଶତପଥୀ 🙏

Show More

Related Articles

Back to top button