ଦେଶସ୍ୱାସ୍ଥ୍ୟ

୨ହଜାର ତଳକୁ ଖସିଲା ଦେଶରେ ଦୈନିକ କରୋନା ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୧,୯୯୪ ନୂତନ ସଂକ୍ରମଣ ଚିହ୍ନଟ

ଦୁଇ ହଜାର ତଳକୁ ଖସିଲା ଦେଶରେ ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ୧,୯୯୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୪ରେକର୍ଡ କରାଯାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୪୨,୭୪୨ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୫,୨୮,୯୬୧ରେ ପହଞ୍ଚିଛି। ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୦,୯୦,୩୪୯। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୬% ରହିଛି।

ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୪୩୨ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୫%।

 

Show More

Related Articles

Back to top button