ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଦୀପାବଳି ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ବାଣ ଦୋକାନରେ ବଡ ଧରଣର ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶ: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ବାଣ ଦୋକାନରେ ଘଟିଛି ବଡ ଧରଣର ଅଗ୍ନିକାଣ୍ଡ । ଆନ୍ଧ୍ରପ୍ରଦେଶ ବିଜୟୱାଡାର ଗାନ୍ଧୀ ନଗର ଜିମ୍ ଖାନା ଗ୍ରାଉଣ୍ଡରେ ଥିବା ଏକ ବାଣ ଦୋକାନରେ ନିଆଁ ଲାଗିଯାଇଛି । ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଲାଗି ଲାଗି ବାଣ ଦୋକାନ ଥିବାରୁ ଅଗ୍ନିକାଣ୍ଡରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଅନ୍ୟ ଦୋକାନଗୁଡିକୁ ନିଆଁ ଲାଗିବାରୁ ରକ୍ଷା କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଗ୍ନିକାଣ୍ଡ ଘଟିଥିବା ବାଣ ଦୋକାନର ଠିକ ବିପରୀତ ଦିଗରେ ଏକ ପେଟ୍ରୋଲ ଟାଙ୍କି ଥିଲା, ମାତ୍ର ଯଥାଶୀଘ୍ର ନିଆଁକୁ ଆୟତ କରାଯାଇଥିବାରୁ ପେଟ୍ରୋଲ ଟାଙ୍କିଟି ନିଆଁ ଲାଗିବାରୁ ବଞ୍ଚିଯାଇଥିଲା । ପେଟ୍ରୋଲ ଟାଙ୍କି ପାଖରେ ବାଣ ଦୋକାନ ଦେବାପାଇଁ ଅନୁମତି ଦିଆଯାଇଥିବାରୁ ଘଟଣାସ୍ଥଳରେ ସ୍ଥାନୀୟବାସିନ୍ଦା ଉତ୍ତେଜନା ପ୍ରକାଶ କରିଛନ୍ତି ।

Show More

Related Articles

Back to top button