ଦେଶପାଣିପାଗ

ଆସାମରେ ତାଣ୍ଡବ ରଚୁଛି ବାତ୍ୟା ସିତ୍ରାଙ୍ଗ

ଆସାମରେ ତାଣ୍ଡବ ରଚୁଛି ବାତ୍ୟା ସିତ୍ରାଙ୍ଗ । ସିତ୍ରାଙ୍ଗ ପ୍ରଭାବରେ ପ୍ରବଳ ବର୍ଷା । ଫଳରେ ୮୦ରୁ ଅଧିକ ଗାଁ ପ୍ରଭାବିତ ହୋଇଥିବାବେଳେ ଘର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ପାଣିପାଗ ବିଭାଗ ୪ ଉତ୍ତର ପୂର୍ବ ରାଜ୍ୟ ପାଇଁ ରେଡ଼ ଆଲର୍ଟ ଜାରି କରିଛି । ଉଦ୍ଧାରକାରୀ ଟିମ୍ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି ।

ପାଣିପାଗ ବିଭାଗ ସୂଚନା ମୁତାବିକ ଝାଡଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳା ପ୍ରଭାବ ପକାଇବାକୁ ଅକ୍ଷମ ହୋଇଥିବା ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ ବାଂଲାଦେଶରେ ତାଣ୍ଡବ ରଚିଛି। ଗତକାଲି ଭୋର ସମୟରେ ସିତ୍ରାଙ୍ଗ ସାମୁଦ୍ରିକ ଝଡ଼ର ରୂପ ନେଇ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ସ୍ଥଳ ଭାଗ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିମି ରହିଥିଲେ। ତେବେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଓ ପବନ ଯୋଗୁ ଏଯାଏ ବାଂଲାଦେଶର ୧୪ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୩୩ ଜଣ ଲୋକଙ୍କ ଜୀବନ ଯାଇଛି।

Show More

Related Articles

Back to top button