ଓଡ଼ିଶାମୁଖ୍ୟ ଖବର

ଗୁଲାବ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି : ଏସଆରସି ପ୍ରଦାପ ଜେନା

ରାଜ୍ୟରେ ବିଶେଷ ପ୍ରଭାବ ପକାଇନି ବାତ୍ୟା ଗୁଲାବ । ଏହା ପ୍ରଭାବରେ ପବନର ବେଗ ମଧ୍ୟ ଅଧିକ ହୋଇନାହିଁ । କେବଳ ଗଜପତି ଓ କୋରାପୁଟର କିଛି ସ୍ଥାନରେ ମାଟି ଅତଡ଼ା ଖସିଛି । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମାଲକାନଗିରିରେ ବର୍ଷା ଜାରି ରହିଛି । ତେବେ ବାତ୍ୟାରେ ବିଦ୍ୟୁତ ଭିତ୍ତିଭୂମିର କୌଣସି କ୍ଷୟକ୍ଷତି ହୋଇନାହିଁ । ଏଭଳି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ଏସଆରସି ପ୍ରଦାପ ଜେନା କହିଛନ୍ତି, ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ଏହାର ମରାମତି କରାଯିବ । ପାହାଡିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା, ତାହା ଏବେ ବନ୍ଦ ହୋଇଗଲାଣି । ବାତ୍ୟା ପ୍ରଭାବରେ ଯେତିକି ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା, ସେହି ଅନୁପାତରେ ବର୍ଷା କି ପବନ ହୋଇନାହିଁ । ଏସଡିଆରଏଫ ନିୟମ ଆଧାରରେ ସବୁ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ । ସେହିପରି ବାତ୍ୟା ପାଇଁ ୪୬ ହଜାରରୁ ଅଧିକଙ୍କୁ ସ୍ଥାନାନ୍ତର କରି ୧ ହଜାର ୧୮୯ଟି ଆଶ୍ରୟସ୍ଥଳରେ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଏସଆରସି ।

Show More

Related Articles

Back to top button