ମନୋରଞ୍ଜନ

‘ଖତରୋଁ କେ ଖିଲାଡି-୧୧’ର ବିଜେତା ହେଲେ ଅର୍ଜୁନ ବିଜଲାନି

ଟିଭି ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡି-୧୧’ ରେ ଅଭିନେତା ଅର୍ଜୁନ ବିଜଲାନି ବିଜୟ ଲାଭ କରିଛନ୍ତି । ଏଥି ସହିତ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଶୋ’ର ପ୍ରଥମ ରନର୍ ଅପ୍ ଘୋଷିତ କରାଯାଇଛ । ଏହି ଶୋ’ର ବିଜେତା ଅର୍ଜୁନ ବିଜଲାନି ନଗଦ ପୁରସ୍କାର ପାଇବା ସହ ତାଙ୍କୁ ଏକ ସ୍ୱିଫ୍ଟ କାର ଏବଂ ପୁରସ୍କାର ରାଶି ଭାବରେ ୪୦ ଲକ୍ଷ ଟଙ୍କା ମିଳିବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୋ’ର ଦୁଇ ପ୍ରତିଯୋଗୀ ରାହୁଲ ବୈଦ୍ୟ ଓ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଏହି ଶୋ’ରେ ପ୍ରତ୍ୟେକ ଏପିସୋଡରେ ସବୁଠାରୁ ଅଧିକ ଫି ଅଫର କରାଯାଇଥିଲା । ରାହୁଲ ବୈଦ୍ୟଙ୍କୁ ଏପିସୋଡ ପ୍ରତି ୧୫ ଲକ୍ଷ ଓ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ୧୨ ଲକ୍ଷ ଫି ଅଫର କରାଯାଇଛି । ଦିବ୍ୟାଙ୍କା ତ୍ରିପାଠୀ ଟିଭି ଇଣ୍ଡଷ୍ଟ୍ରିର ସର୍ବାଧିକ ଫି ନେଇଥିବା କଳାକାରଙ୍କ ମଧ୍ୟରୁ ଜଣେ ।

ଖତରୋଁ କେ ଖିଲାଡି-୧୧ର ବିଜେତା ଅର୍ଜୁନ ବିଜଲାନିଙ୍କୁ ଏପିସୋଡ ପ୍ରତି ୧୦ ଲକ୍ଷ ଫି ଅଫର କରାଯାଇଥିଲା । ଅନ୍ୟ ପ୍ରତିଯୋଗୀ ଅଭିନବ ଶୁକ୍ଲାଙ୍କୁ ୮ ଲକ୍ଷ, ବିଶାଳ ଆଦିତ୍ୟ ସିଂହଙ୍କୁ ୭ ଲକ୍ଷ, ନିକ୍କି ତମ୍ବୋଲିଙ୍କୁ ୭ ଲକ୍ଷ, ଅନୁଷ୍କା ସେନଙ୍କୁ ୬ ଲକ୍ଷ, ସୌରଭ ରାଜ ଜୈନଙ୍କୁ ୫.୫ ଲକ୍ଷ, ବରୁଣ ସୁଦଙ୍କୁ ୩ ଲକ୍ଷ, ଆସ୍ଥା ଗିଲଙ୍କୁ ୨.୫ ଲକ୍ଷ ଓ ସନା ମକବୂଲଙ୍କୁ ୨ ଲକ୍ଷ ଟଙ୍କା ଅଫର କରାଯାଉଥିଲା ।

 

Show More

Related Articles

Back to top button