Breaking PLUSଓଡ଼ିଶାମୁଖ୍ୟ ଖବର

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଓଡ଼ିଶାକୁ ନାହିଁ ବିପଦ

ଭୁବନେଶ୍ୱର- ବଙ୍ଗୋପସାଗରରେ ଏକ ଦୁର୍ବଳ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ସୂଚନା ଅନୁଯାୟୀ, ଏହା ଆଜି ରାତିରେ ଅବପାତ ଗଭୀର ଅବପାତର ରୂପ ନେବା ସହ ଆସନ୍ତାକାଲି ମଧ୍ୟରାତ୍ରି ସୁଦ୍ଧା ଦୁର୍ବଳ ବାତ୍ୟାର ରୂପ ନେଇପାରେ। ସେହି ସମୟରେ ସମୁଦ୍ରରେ ଘଂଟାପ୍ରତି ପବନର ବେଗ ସର୍ବାଧିକ ୮୦ କିମି ରହିପାରେ।
ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସେତେଟା ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗଭୀର ଅବପାତ ବାତ୍ୟାରେ ରୂପାନ୍ତରିତ ହେବା ପରେ ବାଙ୍ଗଲାଦେଶ ମୁହାଁ ହେବ। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବର ସମ୍ଭାବନା ନ ଥିବା ଏସଆରସି କହିଛନ୍ତି।

Show More

Related Articles

Back to top button