ଲିବିୟାରେ ବାତ୍ୟାର ପ୍ରକୋପ, ସମୁଦ୍ରକୁ ଭାସିଗଲେ 2ହଜାରରୁ ଅଧିକ

() ଲିବିୟାରେ ବାତ୍ୟାର ତାଣ୍ଡବ । ଭୀଷଣ ବାତ୍ୟା ଓ ବର୍ଷା ଯୋଗୁଁ ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅସଂଖ୍ୟ ଲୋକ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି ।
ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଦୁର୍ବିପାକ ଆସି ଆଖପାଖ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଲା। ପ୍ରାୟ ୫/୬ ହଜାର ନିଖୋଜ ହେବା ନେଇ ଲିବିୟା ପକ୍ଷରୁ ଆକଳନ କରାଯାଇଛି ।
ରବିବାର ଅପରାହ୍ଣରେ ଭୂମଧ୍ୟସାଗର ଉପର ଦେଇ ବାତ୍ୟା ‘ଡାନିଏଲ୍’ ପ୍ରବାହିତ ହୋଇଥିଲା। ଫଳରେ ଡେର୍ନା ନଗରୀରେ ରାସ୍ତାଘାଟ ଭସାଇ ନେବା ସହିତ କୋଠାବାଡ଼ି ନଷ୍ଟ କରି ଦେଇଥିଲା।