Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ପାଇଁ ଜମିଲା ଭିଡ

ଧୈର୍ଯ୍ୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିବେଦନ

ଅଯୋଧ୍ୟା, 24 ଜାନୁଆରୀ – ଶ୍ରୀରାମ ମନ୍ଦିରରେ ବୁଧବାର ବି ରାମଭକ୍ତଙ୍କ ଗହଳି ଜମିଛି । ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ମଙ୍ଗଳ ଆରତୀ ସହ ଦର୍ଶନ ନିରନ୍ତର ଜାରି ରହିଛି ।
ମନ୍ଦିରରେ ପ୍ରମୁଖ ସଚିବ ସଞ୍ଜୟ ପ୍ରସାଦ, ଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ କୁମାର ଓ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । ମଙ୍ଗଳବାର ଅପେକ୍ଷା ଆଜି ଭିଡ ସାମାନ୍ୟ ରହିଛି । ଅଧିକାରୀଙ୍କ ରଣନୀତି ରଙ୍ଗ ଆଣିଛି । ଗର୍ଭଗୃହରେ ଉପସ୍ଥିତ ବରିଷ୍ଠ ଅଧିକାରୀ ସକାଳୁ ଶ୍ରଦ୍ଧାଳୁଙ୍କ ବ୍ୟବସ୍ଥିତ ଭାବେ ଲାଇନ କରି ଦର୍ଶନା କରାଉଛନ୍ତି । ଶ୍ରଦ୍ଧାଳୁମାନେ ଜୟ ଶ୍ରୀରାମ ନାରା ଦେଇ ଆଗକୁ ବଢୁଛନ୍ତି । ଲକ୍ଷ ଲକ୍ଷ ଭକ୍ତ କିଭଳି ଭଲଭାବେ ଦର୍ଶନ କରିପାରିବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରାଉଣ୍ଡ ଜିରୋରେ ନିଜେ କମାଣ ସମ୍ଭାଳିଛନ୍ତି । ଦେଶର କୋଣ ଅନୁକୋଣରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଧୈର୍ଯ୍ୟ ରକ୍ଷା କରିବାକୁ ନିବେଦନ କରିଛନ୍ତି ଯୋଗୀ ।

Show More

Related Articles

Back to top button