Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଭିଏତନାମରେ ନିର୍ମାଣ ହେବ ଅଯୋଧ୍ୟା ପରି ମନ୍ଦିର

ହନୋଇ/ନୂଆଦିଲ୍ଲୀ, 24 ଜାନୁଆରୀ – ଦେଶ ବିଦେଶରେ ମଧ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଭିଏତନାମରେ ଅନୁପମ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ଦିଲ୍ଲୀର ସମିଟ୍ ଇଣ୍ଡିଆ ଟ୍ରଷ୍ଟ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଟ୍ରଷ୍ଟର ବିଜ୍ଞପ୍ତି ଅନୁସାରେ ଭିଏତନାମରେ ହଜାର ହଜାର ଭାରତୀୟ ଅଯୋଧ୍ୟାରେ ହୋଇଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ଖୁସିରେ ଜାନୁୟାରୀ 22ରେ ନିଜ ନିଜ ଦୋକାନ ଓ ସଂସ୍ଥାନ ବନ୍ଦ ରଖିଥିଲେ । ବୈଦିକ ରୀତିନୀତିରେ ସୁବ୍ରମଣ୍ୟମ ସ୍ୱାମୀ ମନ୍ଦିରରେ ଶ୍ରୀରାମଙ୍କ ରାଜ୍ୟାଭିଷେକ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭିଏତନାମର ନାଗରିକମାନେ ମଧ୍ୟ ସାମିଲ ହୋଇଥିଲେ ।
ସମିଟ୍ ଇଣ୍ଡିଆର ଚେୟାରମ୍ୟାନ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ୟାମ ଜାଜୁ କହିଛନ୍ତି ଯେ, ସମିଟ୍ ଇଣ୍ଡିଆ ଅଯୋଧ୍ୟା ପ୍ରକଳ୍ପ ଆରମ୍ଭ କରିଛି । ଏହି କ୍ରମରେ ବିଦେଶୀମାଟିରେ ପ୍ରତ୍ୟେକ ଭାରତବଂଶୀ ଅଯୋଧ୍ୟାଧାମ ପରି ସୁନ୍ଦର ଓ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସଂକଳ୍ପ ନେଇଛନ୍ତି । ଭିଏତନାମ ପରେ କେନିଆରେ ମଧ୍ୟ ପ୍ରାଣ ପ୍ରତିଷ୍ଠାର ଧୁମ ଦେଖିବାକୁ ମିଳିଛି । ଖୁବ ଶୀଘ୍ର ଏହି ଦୁଇ ଦେଶକୁ ଅଯୋଧ୍ୟାଧାମରୁ ପବିତ୍ର ମାଟି ପଠାଯିବ । ଏହାପରେ ଉଭୟ ଦେଶରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ ।

Show More

Related Articles

Back to top button