Breaking PLUSଦେଶମୁଖ୍ୟ ଖବର

ଆସାମରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ଖଡଗେ

ଗୌହ୍ୱାଟୀ, 24 ଜାନୁଆରୀ – କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆସାମରେ ରାହୁଲ ଗାନ୍ଧିଙ୍କ ସୁରକ୍ଷା ନେଇ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିଛନ୍ତି । ଖଡଗେ ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଖଡଗେ ନିଜ ପତ୍ରରେ ଆସାମରେ ଯାତ୍ରା ପ୍ରବେଶ ଦିଗ ରାହୁଲ ଗାନ୍ଧିଙ୍କ ସହିତ ଘଟିଥିବା ଘଟଣା କଥା ଉଠାଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ, ଆସାମ ପୋଲିସ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ରାହୁଲଙ୍କ କାଫିଲାର ନିକଟତର ହେବାକୁ ଅନୁମତି ଦେଇଥିଲା । ତାଙ୍କ ସୁରକ୍ଷାବଳୟ ଭାଙ୍ଗିଦିଆଯାଇଛି । ରାହୁଲଙ୍କ ସୁରକ୍ଷାକୁ ବିପଦରେ ପକାଯାଇଛି । ସାର୍ବଜନୀନ ପ୍ରମାଣ ସତ୍ତ୍ୱେ କହାରିକୁ ଗିରଫ କରାଯାଇନାହିଁ । ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି ଖଡଗେ ।

Show More

Related Articles

Back to top button