ଦେଶ ବିଦେଶମୁଖ୍ୟ ଖବର

କୋଭିଶିଲ୍ଡ ୨ୟ ଡୋଜ୍ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି

କୋଭିଶିଲ୍ଡ ୨ୟ ଡୋଜ୍ ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି ଘଟଣା। ବ୍ୟବଧାନ ବୃଦ୍ଧି ବିଜ୍ଞାନସମ୍ମତ ବୋଲି କହିଲେ ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍

ବୈଜ୍ଞାନିକମାନଙ୍କ ସୁପାରିସକୁ ନେଇ ବ୍ୟବଧାନ ଅବଧି ବୃଦ୍ଧି କରାଯାଇଛି। ତେବେ ଟିକା ଅଭାବ ଯୋଗୁଁ ବ୍ୟବଧାନ ବୃଦ୍ଧି କରାଯିବା ଆଲୋଚନା ଦୁଃଖଦାୟକ ବୋଲି ସେ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟବଧାନକୁ ନେଇ କୌଣସି ପ୍ରକାର ଅପପ୍ରଚାର ବୈଜ୍ଞାନିକଙ୍କ ପ୍ରତି ଅପମାନ। ବ୍ୟବଧାନ ବୈଜ୍ଞାନିକଙ୍କ ନିଷ୍ପତ୍ତି; ଏହାକୁ ନେଇ ଅପପ୍ରଚାର ଏଇଠି ଶେଷ ହେଉ। କୋଭାକ୍ସିନ ଟିକା ଉତ୍ପାଦନ ପ୍ରସଙ୍ଗରେ ସୂଚନା ଦେବାକୁ ଯାଇ ଡାକ୍ତର ପଲ୍ କହିଛନ୍ତି ଯେ ଉତ୍ପାଦନ ବୃଦ୍ଧି ନେଇ ଭାରତ ବାୟୋଟେକ୍-ଭାରତ ସରକାର ମିଶି କାମ କରୁଛନ୍ତି। ଆରମ୍ଭରେ କୋଟିଏ ଟିକା ଉତ୍ପାଦନ ହେଉଥିଲା, ଏବେ ଦେଢ଼ କୋଟି ହେଉଛି। ଆଗକୁ ମାସକୁ ୧୦ରୁ ୧୩ କୋଟି ପର୍ଯ୍ୟନ୍ତ ଉତ୍ପାଦନ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ସାରା ଦେଶରେ ଟିକା ଅଭାବ ଦେଖାଯାଉଥିବା ବେଳେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ କୋଭାକ୍ସିନ୍ ଅଭାବରୁ ୧୦୦ରୁ ଅଧିକ କେନ୍ଦ୍ର ବନ୍ଦ ରହିଛି। ଏଭଳି ପରିସ୍ଥିତିରେ କୋଭିଶିଲ୍ଡ ଟିକା ଦ୍ଵିତୀୟ ଡୋଜ ମଧ୍ୟରେ ବ୍ୟବଧାନ ବଢାଇବା ସାଧାରଣ ଲୋକଙ୍କୁ ଦ୍ଵନ୍ଦ୍ଵରେ ପକେଇଛି। ଯେଉଁମାନେ ଦ୍ଵିତୀୟ ଡୋଜ ନେଇଯାଇଛନ୍ତି ସେମାନେ ଘବରେଇ ଯାଉଥିବା ବେଳେ ଯେଉଁମାନେ ଗୋଟିଏ ଡୋଜ୍ ନେଇଛନ୍ତି ଏହା ସେମାନଙ୍କୁ ଆଶ୍ଚର୍ଯ୍ୟ କରୁଛି।ଏହା ଉପରେ କୋଭିଡ ୱାର୍କିଂ ଗ୍ରୁପ୍‌ର ଚେୟାରମ୍ୟାନ୍ ଡକ୍ଟର ଏନ.କେ ଆରୋରା ‘ଇଣ୍ଡିଆ ଟୁଡେ’ ସହିତ କଥାବାର୍ତ୍ତା କରୁଥିବାବେଳେ କହିଛନ୍ତି ଯେ ଯେଉଁମାନେ କୋଭିଶିଲ୍ଡର ଉଭୟ ଡୋଜ ନେଇଛନ୍ତି ସେମାନେ ବିବ୍ରତ ହେବା ଆବଶ୍ୟକ ନାହିଁ। ନିଜ ଉଦାହରଣ ଦେଇ ସେ କହିଥିଲେ ଯେ ସେ ନିଜେ ମଧ୍ୟ ୪ ସପ୍ତାହ ମଧ୍ୟରେ କୋଭିଶିଲ୍ଡର ଦ୍ଵିତୀୟ ଡୋଜ ନେଇଥିଲେ।

Show More

Related Articles

Back to top button