ଦେଶ ବିଦେଶ

କୋଭିଡ଼ ସ୍ଥିତି ଅନୁଧ୍ୟାନ ଶେଷ, ଫେରିଲା କେନ୍ଦ୍ରୀୟ ଟିମ୍‌

ଫେରିଗଲା କେନ୍ଦ୍ରୀୟ ଟିମ୍ । ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ ପରେ ଫେରିଯାଇଛି କେନ୍ଦ୍ରୀୟ ଟିମ୍‌ । ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି କେନ୍ଦ୍ରୀୟ ଟିମ୍‌

ଖବର ଅନୁଯାୟୀ, ଗତ ୫ତାରିଖରେ ରାଜ୍ୟରେ କରୋନା ପରିସ୍ଥିତିର ଅନୁଧ୍ୟାନ ପାଇଁ ଓଡିଶା ଆସିଥିଲେ କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ହୋଇଥିଲେ ଦୁଇ ଜଣ ସଦସ୍ୟ । ତେବେ ଓଡିଶା ଗସ୍ତ ଅବସରରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତଥ୍ଯ ସମ୍ବଳିତ ରିପୋର୍ଟ ପ୍ରଦାନ କରିଛି ଟିମ୍ ।

ରିପୋର୍ଟରେ କରୋନା ସ୍ଥିତିର ଉନ୍ନତି ଆଣିବା ପାଇଁ କିଛି ପରାମର୍ଶ ମଧ୍ଯ ଦିଆଯାଇଛି । ଶୁକ୍ରବାର ଟିମ୍ ଗସ୍ତ ଶେଷ କରିଥିବା ସୂଚନା ରହିଛି । ଏହି ୨ ଜଣିଆ ଟିମରେ ଏଆଇଆଇପିଏଚ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ହାଇଜିନ୍ ଆଣ୍ଡ ପବ୍ଲିକ ହେଲଥ)ର ବିଶେଷଜ୍ଞ ତଥା ଭୁବନେଶ୍ଵର ଏମ୍ସର ପ୍ରଫେସର ଥିଲେ ସାମିଲ । ଗସ୍ତ ଅବସରରେ ଟିମ୍ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ମଧ୍ଯ ଆଲୋଚନା କରିଥିଲେ ।

Show More

Related Articles

Back to top button