
କରୋନା ଦୀର୍ଘ ଦୁଇ ବର୍ଷରୁ ଅଧିକ ଦିନ ଧରି ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ କବଜା କରି ରଖିଥିଲା ।ଏହି ମହାମାରୀରେ ଅନାଥ ହୋଇଛନ୍ତି ହଜାର ହଜାର ଶିଶୁ । ବାପା, ମା’ଙ୍କୁ ହରାଇ ଅସହାୟ ହୋଇପଡିଥିବା ଅନେକ ଶିଶୁଙ୍କ ପାଇଁ ସରକାର କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢିବାର ସୁବିଧା କରିଛନ୍ତି । ଏଥିପାଇଁ ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି ନୂଆ ଏକ ନିୟମ ।
ଏମପି କୋଟାକୁ ଉଚ୍ଛେଦ କରି କୋଭିଡ୍ ଅନାଥ ବ୍ୟବସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଲାଗୁ କରାଯାଇଛି । ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବର୍ଷକୁ ୧୦ଜଣ କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ସୁଯୋଗ ଦିଆଯିବ । ଗୋଟିଏ କେଭିରେ ବର୍ଷକୁ ଗୋଟିଏ ଶ୍ରେଣୀରେ ୨ଜଣ ଆଡମିଶନ କରିପାରିବେ । କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି । ସୂଚନା ମୁତାବକ, କେନ୍ଦ୍ରୀୟ ବିଦ୍ୟାଳୟରୁ ଏମପି କୋଟା ଉଚ୍ଛେଦ ପାଇଁ ସଂସଦରେ ଗତ ଅଧିବେଶନରେ ପ୍ରସ୍ତାବ ଆଗତ ହୋଇଥିଲା ।