Breaking PLUSଦେଶ ବିଦେଶମୁଖ୍ୟ ଖବର

ଜଳିଗଲା କୋଭିଡ ହସ୍ପିଟାଲ୍, 6 କରୋନା ରୋଗୀ ଜୀବନ୍ତ ଦଗ୍ଧ

ଗୁରୁବାର ରାତିରେ ଗୁଜୁରାଟର ରାଜକୋଟ ଜିଲ୍ଲାରେ ଥିବା ଏକ କୋଭିଡ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ସମୁଦାୟ ଛଅ ଜଣ ଲୋକ ଜଳିଯାଇ ମୃତ୍ୟୁ ବରଣ କରିଥିବା ପ୍ରାଥମିକ ରିପୋର୍ଟ ମିଳିଛି । ରାଜକୋଟରେ ଥିବା ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ପ୍ରଥମ ଅଗ୍ନିକାଣ୍ଡ ଘଟିଥିଲା

ଗୁରୁବାର ରାତିରେ ଗୁଜୁରାଟର ରାଜକୋଟ ଜିଲ୍ଲାରେ ଥିବା ଏକ କୋଭିଡ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ସମୁଦାୟ ଛଅ ଜଣ ଲୋକ ଜଳିଯାଇ ମୃତ୍ୟୁ ବରଣ କରିଥିବା ପ୍ରାଥମିକ ରିପୋର୍ଟ ମିଳିଛି । ରାଜକୋଟରେ ଥିବା ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ପ୍ରଥମ ଅଗ୍ନିକାଣ୍ଡ ଘଟିଥିଲା । କୋଭିଡ ହସ୍ପିଟାଲ ହେତୁ ଆଇସିୟୁରେ ମୋଟ 11 ଜଣ ରୋଗୀ ଭର୍ତ୍ତି ହୋଇଥିଲେ, ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା । ପରେ ଉଦ୍ଧାର କରିବା ସମୟରେ ଅନ୍ୟ ଜଣେ ରୋଗୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଏହି ଡାକ୍ତରଖାନାରେ ମୋଟ 33 ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ସହରର ସମସ୍ତ ଅଗ୍ନିଶମ କର୍ମଚାରୀମାନେ ପହଁଞ୍ଚି ନିଆଁକୁ ଆୟତ କରିଥିଲେ |

ନିଆଁର ପ୍ରବଳ ବେଗ ଯୋଗୁଁ ଅନେକ ରୋଗୀ ଜୀବନ୍ତ ଜଳି ଯାଇଛନ୍ତି । ଅଗ୍ନିକାଣ୍ଡରେ ଆହତ ହୋଇଥିବା ଅନ୍ୟ ରୋଗୀମାନଙ୍କୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିବାନନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ଅଧିକାରୀ ଗଣମାଧ୍ୟମ ସମ୍ମୁଖରେ କିଛି କହିବାକୁ ମନା କରଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଅବଶିଷ୍ଟ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି ଏବଂ ଅନ୍ୟ କାର୍ଯ୍ୟ ପ୍ରତି ଧ୍ୟାନ ଦିଆଯାଉଛି। ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ । ମିଳିଥିବା ସୂଚନା ଅନୁଯାୟୀ ଆଇସିୟୁରୁ ପ୍ରଥମେ ନିଆଁ ଲାଗିଯାଇଥିଲା ପରେ ପରେ ଏହା ଚାରିଆଡକୁ ବ୍ୟାପି ଯାଇଥିଲା ।
ଗୁଜୁରାଟ

Show More

Related Articles

Back to top button