ଦେଶମୁଖ୍ୟ ଖବର

କରୋନା ଟିକା ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇବା ଆବେଦନ ପଡ଼ିଲା ମହଙ୍ଗା, ୧ ଲକ୍ଷ ଟଙ୍କା ଜୋରିମାନା

କରୋନା ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ହଟାଇବାକୁ ହୋଇଥିବା ଆବେଦନକୁ ଖାରଜ  କରିଦେଇଛନ୍ତି କେରଳ ହାଇକୋର୍ଟ । ଏହା ସହିତ କୋର୍ଟର ସମୟ ନଷ୍ଟ କରିବା ପାଇଁ ଆବେଦନକାରୀଙ୍କ ଉପରେ କୋର୍ଟ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି । ଟୀକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କ’ଣ ଭୁଲ୍ ଅଛି ସେନେଇ କୋର୍ଟ ଚଳିତ ମାସ ଆରମ୍ଭରେ ହୋଇଥିବା ଶୁଣାଣି ସମୟରେ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ।

ଆସନ୍ତା ୬ ସପ୍ତାହ ମଧ୍ୟରେ ଜରିମାନା ରାଶି ଜମା କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି । କେବଳ ଏତିକି ନୁହେଁ, ଯଦି ରାଶି ଜମା କରା ନଯାଏ ତେବେ କେରଳ ରାଜ୍ୟ ଆଇନ ସେବା ପ୍ରାଧିକରଣ ଆବେଦନକାରୀଙ୍କ ସମ୍ପତ୍ତିରୁ ଏହି ରାଶି ସିଧାସଳଖ କାଟି ପାରିବେ । ଅଦାଲତ କହିଛନ୍ତି ଯେ ଏହି ଜରିମାନା ଲାଗୁ କରାଯାଇଛି ଯାହା ଦ୍ୱାରା ଲୋକମାନେ ଜାଣିପାରିବେ ଯେ ଏପରି ମୂଲ୍ୟହୀନ ଆବେଦନ କୋର୍ଟର ସମୟ ନଷ୍ଟ କରିଥାଏ ।

ଶୁଣାଣିରେ ଜଷ୍ଟିସ ପିପି କୁନ୍ହିକ୍ରିଷ୍ଣନ୍ ଆବେଦନକାରୀଙ୍କୁ କହିଥିଲେ ଯେ ଯଦି ଦେଶର ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ ହୋଇପାରିବ, ତେବେ ଟିକା ପ୍ରମାଣପତ୍ରରେ ପିଏମ ମୋଦୀଙ୍କ ଫଟୋ ରଖିବାର କ’ଣ କ୍ଷତି ହେବ? ଆବେଦନକାରୀ ବର୍ତ୍ତମାନ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଡରସିପ୍ ସହିତ କାର୍ଯ୍ୟ କରୁଛନ୍ତି । ଜଷ୍ଟିସ ପିପି କୁନ୍ହିକ୍ରିଷ୍ଣନ୍ କହିଛନ୍ତି ଯେ ସେ ଆମ ଦେଶର ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ କୌଣସି ଦେଶର ନୁହଁନ୍ତି । ସେ ଦେଶର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ । କେବଳ ତୁମର ରାଜନୈତିକ ପାର୍ଥକ୍ୟ ହେତୁ ତୁମେ ଏହିପରି କଥା ଚ୍ୟାଲେଞ୍ଜ କରିପାରିବ ନାହିଁ ।

Show More

Related Articles

Back to top button