Breaking PLUSଓଡ଼ିଶାମୁଖ୍ୟ ଖବର

୨ ଓମିକ୍ରନ୍ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଅଛି: ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଆଜି ରାଜ୍ୟରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ଗତ ନଭେମ୍ଵର ୨୧ ପରଠାରୁ ସର୍ଭେଲାନ୍ସ ରଖାଯାଇଥିଲା । ୮ ହଜାର ୮ ଶହରୁ ଉର୍ଦ୍ଧ୍ଵ ଯାତ୍ରୀ ବିଦେଶରୁ ଆସିଛନ୍ତି ।

ପ୍ରାୟ ୧୬୦୦ ଜଣ ଆଟ୍ ରିସ୍କ ଦେଶରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କର ଆରଟିପିସିଆର ଟେଷ୍ଟରେ ପଜିଟିଭ୍ ଆସିଥିଲା । ପ୍ରଥମ ପର୍ଯ୍ୟାୟରେ ୪ପଜିଟିଭ୍ ନମୁନାର ଜିନମ ସିକ୍ଵେନ୍ସିଂରୁ ଓମିକ୍ରନ୍ ବାହାରି ନଥିଲା । ଦ୍ଵିତୀୟ ପର୍ଯ୍ୟାୟ ଜିନମ ସିକ୍ଵେନ୍ସିଂରୁ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଆସିଛନ୍ତି । ଉଭୟ ସୁସ୍ଥ ଅଛନ୍ତି । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂରୁ ଜଣେ ୧୧ଜଣ, ଓ ଅନ୍ୟ ଜଣେ ୧୦ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଚିହ୍ନଟ କରାଯାଇଛି । ସେମାନଙ୍କ ଉପରେ ନଜର ରଖାଯାଇଛି । ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Show More

Related Articles

Back to top button