Breaking PLUSଓଡ଼ିଶାମୁଖ୍ୟ ଖବର

ଦେଶରେ ଗତ ୨୪ଘଣ୍ଟାରେ ୧୬,୯୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଗତ ୨୪ଘଣ୍ଟାରେ ଦେଶରେ ୧୬,୯୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨.୫ଲକ୍ଷ ତଳେ ରହିଛି ।

ଗତ ୨୪ଘଣ୍ଟାରେ ଦେଶରେ ୧୬,୯୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨.୫ଲକ୍ଷ ତଳେ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୬,୯୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୫, ୧୨, ୦୯୩ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୯୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୧,୭୨୭ରେ ପହଞ୍ଚିଛି ।

ଅନ୍ୟପଟେ ଦେଶରେ କରୋନାରୁ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ହ୍ରାସ ପାଉଛି ଆକ୍ଟିଭ୍‌ କେସ୍‌ ସଂଖ୍ୟା । ଗତ ୨୪ଘଣ୍ଟାରେ ୧୭,୬୫୨ କରୋନା ସଂକ୍ରମିତ ମହାମାରୀ କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକି ଏବେ ଯାଏଁ ମୋଟ ୧,୦୧,୪୬,୭୬୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ ଏବେ ମୋଟ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୨,୧୩,୬୦୩ରେ ରହିଛି । ଲଗାତର ଭାବେ ଦେଶରେ ଆକ୍ଟିଭ୍‌ କେସ୍ ସଂଖ୍ୟା କମିବାରେ ଲାଗିଛି ।

Show More

Related Articles

Back to top button