ସ୍ୱାସ୍ଥ୍ୟ

ଶୀତଦିନେ ଦହି ଖାଉଥିଲେ ସତର୍କ ରୁହନ୍ତୁ

ଆସନ୍ତୁ ଜାଣିବା କଣ ସବୁ ଅସୁବିଧା ହୋଇପାରେ-

ହଜମ ହେବାରେ ତଥା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ଦହି ଖାଇବା ଭଲ। ହେଲେ ଶୀତଦିନେ ଦହି ଖାଇଲେ, ଥଣ୍ଡା, ସର୍ଦ୍ଦି, କଫି ହେବାର ଭୟ ବଢ଼େ। ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଦହି ଖାଇପାରିବେ। ପିଲା, ବୟସ୍କ ଏଇ ଋତୁରେ ଦହି ଠାରୁ ଦୂରେଇ ରହିବା ଭଲ।
– ଦ୍ବିପହର ଭୋଜନରେ ସପ୍ତାହରେ ଥରେ କିମ୍ବା ଦୁଇଥର ଅତିବେଶୀରେ ଦହି ଖାଆନ୍ତୁ। ଦହିକୁ ଫ୍ରିଜ୍‌ରେ ରଖୁଥିଲେ, ଭୋଜନର ୩-୪ ଘଣ୍ଟା ପୂର୍ବରୁ ବାହାର କରିନେବେ।

– ବୟସ୍କ ଲୋକ ଦହି ଖାଇଲେ, ଶୀତରେ ସେମାନଙ୍କର କଫ ଜମିବା ସହ ଆଣ୍ଠୁ ଗଣ୍ଠି ବିନ୍ଧା ହୁଏ। ଥଣ୍ଡା ଦହି ପରିବର୍ତ୍ତେ ଛୁଙ୍କ ଦହି ଅଳ୍ପ ପରିମାଣର ଖାଆନ୍ତୁ। ସନ୍ଧ୍ୟା ପରେ ଦହି ଖାଇଲେ ଜ୍ବର ହେବାର ଆଶଙ୍କା ବଢ଼େ।
– ବେଙ୍ଗାଲୁରୁର ଲୋକପ୍ରିୟ ଖାଦ୍ୟ ବିଶେଷଜ୍ଞ ଡାକ୍ତର ଅଞ୍ଜୁ ସୁଦ୍ କହିଛନ୍ତି, ଭିଟାମିନ୍ ସି ଭରପୂର ଦହି ଖାଇବା ଭଲ, ହେଲେ ଫ୍ରିଜ୍‌ରେ ଥିବା ଦହି ଆମ ଶରୀରକୁ ଶକ୍ତି ଦେବା ପରିବର୍ତ୍ତେ ବରଂ ରୋଗାକ୍ରାନ୍ତ କରେ। ଶୀତଦିନେ ଦହିକୁ ମାଟି ପାତ୍ର ନଚେତ୍ ସେରାମିକ୍ ପାତ୍ରରେ ରଖନ୍ତୁ। ପ୍ରତିଦିନ ସତେଜ ଦହି ଖାଇବାର ଅଭ୍ୟାସ କରିବା ଭଲ।

Show More

Related Articles

Back to top button