ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ନକଲି ଔଷଧ କାରବାର ମାମଲା : ଗିରଫ ପରେ ଜାମିନ ଆବେଦନ ଖାରଜ

କଟକ : ନକଲି ଔଷଧ କାରବାର ମାମଲାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ ରାହୁଲ କୟାଲ ଓ ସଂଜୟ ଜଲାନ। ଦୁଇ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ଖାରଜ କଲେ କଟକ ଏସ୍‌ଡିଜେଏମ୍। ଏଥିସହ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ। ଆଜି ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ପରେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଛି। ସୂଚନା ଅନୁସାରେ, ଗତକାଲି ଠାରୁ ଅଟକ ଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରିଘାଟ ପୁଲିସ। ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କୟାଲ୍ ଏବଂ ପୂଜା ଏଣ୍ଟରପ୍ରାଇସର ମାଲିକ ସଞ୍ଜୟ ଜଲାନ ନକଲି ଔଷଧ କାରବାରର ମୁଖ୍ୟ କାର୍ପଟଦାର ବୋଲି ଡିସିପି ପିନାକ ମିଶ୍ର ଆଜି କହିଥିଲେ। ସେ ସୂଚନା ଦେଇଥିଲେ, ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ ତାଙ୍କ ପତ୍ନୀଙ୍କ ନାମରେ ଓ ପୂଜା ଏଣ୍ଟରପ୍ରାଇଜସ୍‌ର ମାଲିକ ସଞ୍ଜୟ ଜଲାନ ତାଙ୍କ ମା’ଙ୍କ ନାମରେ ଡ୍ରଗ ଲାଇସେନ୍ସ ଆଣି ଏହି ନକଲି କାରବାର ଚଳାଉଥିବା ତଦନ୍ତରୁ ସୂଚନାମିଳିଛି। ଗିରଫ ଦୁଇ ଅଭିଯୁକ୍ତ ବାଙ୍ଗାଲୋର ଓ ବିହାରର ଶ୍ରୀ ବାଲାଜୀ ଏଜେନ୍ସି ଓ ବାଲାଜୀ ଫାର୍ମା ନାମକ ନକଲି କମ୍ପାନୀରୁ ଔଷଧ କିଣିଥିଲେ। ଏହି ମାମଲାର ଅଧିକ ଖୋଳତାଡ଼ ପାଇଁ ଏକ ଟିମ୍ ରାଜ୍ୟ ବାହାରକୁ ଯିବ। ତେବେ ଏହି ମାମଲାରେ ଅନ୍ୟ କିଛି ବ୍ୟବସାୟୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। କାରଣ ନକଲି ଔଷଧ ଜାଣି ମଧ୍ୟ କିଛି  ବ୍ୟବସାୟୀ ଏହି ଔଷଧ କିଣି ମେଡିସିନ ଷ୍ଟୋରରେ ବିକ୍ରି କରିଥିବା ଥିବା ସୂଚନା ମିଳିଛି। ତେବେ ଗିରଫ ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡରେ ଅଣାଯିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିବା ସହ ଏହି ଘଟଣାରେ ଆଗକୁ ଗିରଫ ଦାରି ସଂଖ୍ୟା ବୃଦ୍ଧି ପାଇବ ବୋଲି କଟକ ଡିସିପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Show More

Related Articles

Back to top button