Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୦ କୋଟି ୭୩ ଲକ୍ଷ ୭୫ ହଜାର ୫୭୩ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କରୋନା ଭାଇରସଜନିତ ମହାମାରୀ ଯୋଗୁଁ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସକାଳ ସାଢ଼େ ୬ଟା ୨ କୋଟି ୭୭ ଲକ୍ଷ ୮୯ ହଜାର ୯୭୬କୁ ବୃଦ୍ଧି ପାଇଛି । ଦେଶରେ ୪ ଲକ୍ଷ ୭୯ ହଜାର ୩୮୩ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ଭାଇରସଜନିତ ମହାମାରୀ ଯୋଗୁଁ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସକାଳ ସାଢ଼େ ୬ଟା ୨ କୋଟି ୭୭ ଲକ୍ଷ ୮୯ ହଜାର ୯୭୬କୁ ବୃଦ୍ଧି ପାଇଛି । ଦେଶରେ ୪ ଲକ୍ଷ ୭୯ ହଜାର ୩୮୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୭୬ ଲକ୍ଷ ୧୪ ହଜାର ୭୩ ଜଣ ସୁସ୍ଥ ହୋଇଥିବା ବେଳେ ୯୬ ଲକ୍ଷ ୯୬ ହଜାର ୫୨୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୧ ହଜାର ୪୭୦ ଜଣ ଗୁରୁତର ଅଛନ୍ତି ।

ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୦ କୋଟି ୭୩ ଲକ୍ଷ ୭୫ ହଜାର ୫୭୩ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୪୮ ହଜାର ୬୬୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୯୪ ଲକ୍ଷ ୧୩ ହଜାର ୧୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୬ ଲକ୍ଷ ୧୩ ହଜାର ୭୩୩ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୨ ହଜାର ୫୯୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Show More

Related Articles

Back to top button