Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କମୁଛି କରୋନା ପ୍ରଭାବ, ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୭ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ କମୁଛି କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୭ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫୧୮ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ଦିନକୁ ଦିନ କମୁଛି କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୪୭ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫୧୮ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୯୪୨ରେ ପହଁଞ୍ଚିଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୬୯, ବାଲେଶ୍ୱରରେ ୨୩, ବରଗଡ଼ରେ ୩୨, ଭଦ୍ରକରେ ୭, ବଲାଙ୍ଗୀରରେ ୬୮, ବୌଦ୍ଧରେ ୩୭, କଟକରେ ୧୦୫, ଦେବଗଡ଼ରେ ୧୬, ଢେଙ୍କାନାଳରେ ୪୦, ଗଞ୍ଜାମରେ ୧୭, ଜଗତସିଂହପୁରରେ ୫୪, ଯାଜପୁରରେ ୩୨, ଝାରସୁଗୁଡ଼ାରେ ୩୫, କଳାହାଣ୍ଡିରେ ୪୦, କନ୍ଧମାଳରେ ୧୧, କେନ୍ଦ୍ରାପଡ଼ାରେ ୪୯, କେନ୍ଦୁଝରରେ ୪୧, ଖୋର୍ଦ୍ଧାରେ ୨୦୬, କୋରାପୁଟରେ ୨୬, ମାଲକାନାଗିରିରେ ୧୧, ମୟୂରଭଞ୍ଜରେ ୭୧, ନବରଙ୍ଗପୁରରେ ୧୨, ନୟାଗଡ଼ରେ ୧୪, ନୂଆପଡ଼ାରେ ୩୮, ପୁରୀରେ ୨୨, ରାୟଗଡ଼ାରେ ୪, ସମ୍ବଲପୁରରେ ୨୪, ସୋନପୁରରେ ୧୮, ସୁନ୍ଦରଗଡ଼ରେ ୯୬ ଓ ରାଜ୍ୟ ପୁଲରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button