
ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଜୋନ୍ ସଟଡାଉନ ରହିବ । ସେହିପରି ସବଡେଗା ବ୍ଲକ ମୁଖ୍ୟାଳୟରେ ଦୋକାନବଜାର ଓ ସାପ୍ତାହିକ ହାଟକୁ ବନ୍ଦ କରିଛି ବ୍ଲକ ପ୍ରଶାସନ । ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ରାତି ୧୦ ରୁ ସକାଳ ୫ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇ ଥିବା ସହ ଲୋକଙ୍କୁ କରୋନା ସଂକ୍ରାନ୍ତୀୟ ସାବଧାନତା ଅବଲମ୍ବନ କରିବାକୁ ସଚେତନ କରାଯାଉଛି ।
ଏହାସହ ଯିଏ ବି କୋଭିଡ ନିୟମ ନମାନିବ ବା ଉଲ୍ଲଙ୍ଘନ କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।