Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

କରୋନା ଭାକସିନ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ସ୍ଥିତି ଓ ଭାକସିନ୍ ଅପଡେଟ୍ ବାବଦରେ ଜାଣିବା ଲାଗି ଅଫିସରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଦେଶର ସବୁ ଲୋକଙ୍କ ପାଖରେ କିପରି କରୋନା ଟିକା ପହଞ୍ଚିବ ତାର ବିତରଣ ବ୍ୟବସ୍ଥା ଉପରେ କାମ କରିବା ଦରକାର କହିଛନ୍ତି

ଦେଶର ଭୌଗୋଳିକ ସ୍ଥିତି ଓ ବିବିଧତାକୁ ଧ୍ୟାନରେ ରଖି ଭାକସିନ ଯୋଗାଣ କିଭଳି ଦ୍ରୁତ ଭା​ବେ ପହଞ୍ଚି ପାରିବ ସେ ସମ୍ପର୍କରେ ସୁନିଶ୍ଚିତ କରିବା ଦରକାର। କୋଲ୍ଡ ଷ୍ଟୋରେଜ ଚେନ୍, ଡିଷ୍ଟ୍ରବ୍ୟୁସନ ନେଟଓ୍ବର୍କ, ମନିଟରିଂ ମେକାନିଜମ, ଆଡାଭାନ୍ସ ଆସସମେଣ୍ଟ ଓ ଆବଶ୍ୟକ ଉପକରଣ ପ୍ରସ୍ତୁତ କରିବା ପାଇଁ ଆଡଭାନ୍ସ ପ୍ଲାନିଂ ସାମିଲ ହେବା ଦରକାର।ଏହା ସହ ନିୟମ ପାଳନ କରିବା ତଥା ମହମାରୀକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ଆହ୍ବାନ କରିଛନ୍ତି। ଆଗକୁ ଶୀତ ଆସୁଥିବାରୁ କରୋନାର ଦିଶାନିର୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି। ମାସ୍କ ପିନ୍ଧିବା, ହାତ ପରିଷ୍କାର କରିବା ତଥା ସଫାସୁତୁରା ଉପରେ ଧ୍ୟାନ ରଖିବାକୁ ପିଏମ ଚେତାଇ ଦେଇଛନ୍ତି।

ପୁଣି କରୋନା ମାମଲା କ୍ରମାଗତ ହ୍ରାସ ପାଉଥିବା ସୂଚାଇଛନ୍ତି। ଯଦିଓ ଏହା ଆଶ୍ବସ୍ତିକର କଥା କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇ ବସିଯିବାଟା ଠିକ ନୁହେଁ। ଭାରତରେ ତିନିଟି ଭାକସିନର ସନ୍ଧାନ ଆଡଭାନ୍ସ ସ୍ତରରେ ଚାଲୁଛି। ଯେଉଁଥିରୁ ଦୁଇଟି ଦ୍ବିତୀୟ ପର୍ଯ୍ୟାୟ ଓ ଅନ୍ୟ ଗୋଟିଏ ତୃତୀୟ ପର୍ଯ୍ୟାୟରେ ରହିଛି। ଭାରତୀୟ ବୈଜ୍ଞାନିକ ପଡୋଶୀ ଦେଶ ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ମାଳଦ୍ବୀପ, ମରିସସ ନେପାଳ ଓ ଶ୍ରୀଲଙ୍କା ଅନୁସନ୍ଧାନ କ୍ଷମତାକୁ ସହଯୋଗକୁ ଦୃଢ଼ କରାଯାଉଛି ମୋଦିଙ୍କ ଏ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ, ନୀତି ଆୟୋଗ ସଦସ୍ୟ, ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା , ବରିଷ୍ଠ ବୈଜ୍ଞାନିକ ତଥା ଭାରତ ସରକାରଙ୍କ ଅନ୍ୟ ବିଭାଗର ଅଧିକାରୀ ସାମିଲ ଥିଲେ।

Show More

Related Articles

Back to top button