ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୨୨ଲକ୍ଷ ସୋସିଆଲ ମିଡ଼ିଆ ବିଜ୍ଞାପନ ବାତିଲ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି। ଏଣୁ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ ନିର୍ବାଚନ ପ୍ରଚାର ପ୍ରସ୍ତୁତି ଜୋରଦାର କରିଛନ୍ତି

ଏହାରି ଭିତରେ ଫେସବୁକ ଭାଇସ ପ୍ରେସିଡେଣ୍ଟ ନିକ୍ କ୍ଲଗ୍ କହିଛନ୍ତି ଫେସବୁକ ଓ ଇନଷ୍ଟାଗ୍ରାମ ୨.୨ ମିଲିଅନ ଅର୍ଥାତ୍ ୨୨ ଲକ୍ଷ ବିଜ୍ଞାପନକୁ ବାତିଲ କରି ଦିଆଯାଇଛି। ଏହା​ ସହ ଲକ୍ଷେ ୨୦ ହଜାର ଅନ୍ୟ ପୋଷ୍ଟକୁ ହଟାଇ ଦିଆଯାଇଛି ଯାହା ଭୋଟିଂରେ ବାଧା ଉପୁଜାଇଥାନ୍ତା। ଭୁଲ ତଥ୍ୟ ପ୍ରଦାନକୁ ନେଇ ୧୫୦ ମିଲିଅନ ପୋଷ୍ଟ ଉପରେ ଚେତାବନୀ ଜାରି କରାଯାଇଛି।

୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଫେସବୁକରେ ମତଦାତାଙ୍କୁ ଭ୍ରମିତ କରାଇବା ନେଇ ଆରୋପ ଲାଗିଥିଲା। ସେହି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ମନୋନୀତ ହୋଇଥିଲେ। ଯାହା ପରେ ଫେସବୁକ କ୍ରମାଗତ ସାବଧାନତା ଅବଲମ୍ବନ କରି ଆସୁଛି। ୨୦୧୬ରେ ବ୍ରିଟେନ ମଧ୍ୟ ଜନମତ ସଂଗ୍ରହ ବେଳେ ଏହି ପ୍ରକାର ସମସ୍ୟା ଦେଖିବାକୁ ମିଳିଥିଲା।ନିକ୍ କ୍ଲଗ୍ କହିଛନ୍ତି ୩୫ ହଜାର କର୍ମଚାରୀ ସେମାନଙ୍କ ପ୍ଲାଟଫର୍ମ ସୁରକ୍ଷାରେ ଲାଗିଛନ୍ତି। ୭୦ ମିଡିଆ ସମୁହଙ୍କ ସହ ପାର୍ଟନରସିପ୍ କରାଯାଇଛି ଯେଉଁଥିରୁ ୫ଟି ଫ୍ରାନ୍ସରୁ ଅଛନ୍ତି।

Show More

Related Articles

Back to top button