Breaking PLUSଦେଶମୁଖ୍ୟ ଖବର

ଦେଶରେ ଗତ ୫୩୮ ଦିନ ମଧ୍ୟରେ ଆଜି ସର୍ବନିମ୍ନ କରୋନା ଆକ୍ରାନ୍ତ ଚିହ୍ନଟ

୨୪୯ମୃତ

ସମଗ୍ର ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି । ଦେଶରେ ଆଜି କରୋନା ସଂକ୍ରମଣ ୮ ହଜାରରୁ ସାମାନ୍ୟ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ତଥ୍ୟ ଆଧାରରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୮ ହଜାର ୪୮୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଗତ ୫୩୮ ଦିନରେ ଦେଶର ସର୍ବନିମ୍ନ ସଂକ୍ରମଣ ସଂଖ୍ୟା ବୋଲି ଉଲ୍ଲେଖ କରାଯାଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୫ ଲକ୍ଷ ୧୮ ହଜାର ୯୦୧ରେ ପହଞ୍ଚିଛି ।

ସେହିଭଳି ଗତ ୨୪ ଘଣ୍ଟାରେ ୨୪୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୬୫ ହଜାର ୯୨୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

ସେହିଭଳି ଗତ ୨୪ ଘଣ୍ଟାରେ ବିଭିନ୍ନ ରାଜ୍ୟରୁ ସମୁଦାୟ ୧୨ ହଜାର ୫୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ୩ କୋଟି ୩୯ ଲକ୍ଷ ୩୪ ହଜାର ୫୪୭ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।

ଏଥିସହିତ ଦେଶରେ ଚାଲିଥିବା ଟୀକାକଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୧୧୬ କୋଟି ୮୭ ଲକ୍ଷ ୨୮ ହଜାର ୩୮୫ ଡୋଜ ଟିକା ଦିଆଯାଇଛି ।

Show More

Related Articles

Back to top button