ଓଡ଼ିଶା

ଦେଶରେ କରୋନା ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮ ପ୍ରତିଶତ ରହିଛି

ଗୋଟେପଟେ ଦେଶର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିଲାବେଳେ ଅନ୍ୟପଟେ କରୋନା ସୁସ୍ଥତା ହାର ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୯୮.୮ ପ୍ରତିଶତରେ ପହଞ୍ଚିଛି ।

ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।ଦୈନିକ ସଂକ୍ରମଣ ୩ ଶହ ତଳେ ରହିଛି। ଏହା ୨୯୪ ରହିଛି। ଗୋଟିଏ ଦିନ ତଳେ ଏହା ୪୦୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୨ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୬ ହଜାର ୨୦୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୬ ହଜାର ୪୦୨ ଥିଲା।

ସେହିପରି ୨୪ ଘଣ୍ଟାରେ ୪୮୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪୮୧ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୫୯୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୬୯ ହଜାର ୭୧୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୩୨ ହଜାର ୯୧୫ ଜଣ ସୁସ୍ଥ ହୋଇ ସାରିଛନ୍ତି।

Show More

Related Articles

Back to top button