Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରତିଦିନ ସଂକ୍ରମଣ ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ୭୭, ୨୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭, ୨୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧,୦୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।।

ନୂଆଦିଲ୍ଲୀ: ଦେଶରେ ବୋଲ ମାନୁନି ମହାମାରୀ କୋରୋନା । ଗତ ୨୪ ଘଣ୍ଟାରେ ପୁଣି ରେକର୍ଡ ଭାଙ୍ଗିଲା ମହାମାରୀ କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭, ୨୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧,୦୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩, ୮୭, ୫୦୧ରେ ପହଞ୍ଚୁଛି । ସେହିପରି କୋରୋନା ସୁସ୍ଥ ସଂଖ୍ୟା ୨୫,୮୩,୯୪୮ ଜଣ ସୁସ୍ଥ ହୋଇ ରହିଥିବା ବେଳେ ୬୧, ୫୨୯ ଜଣଙ୍କର ମୃତ୍ୟୁ ଘଟିଛି ।
ସମଗ୍ର ଦେଶରେ ମହାମାରୀ କୋରୋନାର ପ୍ରଭାବ ରହିଥିବା ବେଳେ ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି।

Show More

Related Articles

Back to top button