ମନୋରଞ୍ଜନ

କରୋନା ଜାଲରେ ବିଗ୍ ବସ୍ ଫେମ୍ ବିକାଶ ଗୁପ୍ତା

ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ ବି-ଟାଉନ୍ ଷ୍ଟାରମାନେ ଏବେବି ଏହି ଭାଇରସର ଶିକାର ହେଉଛନ୍ତି । କିଛି ଷ୍ଟାର କରୋନାକୁ ପରାସ୍ତ କରି ସୁସ୍ଥ ହୋଇଯାଇଥିବା ବେଳେ ଆଉ କେତେକ ଦୁନିଆକୁ ବିଦାୟ ଦେଇଛନ୍ତି

ଏହି ସମୟରେ ଟିଭି ପ୍ରଡ୍ୟୁସର ତଥା ବିଗ୍ ବସ୍ ଫେମ୍ ବିକାଶ ଗୁପ୍ତା କରୋନା ସଂକ୍ରମିତ ହୋଇଛନ୍ତି । ବିକାଶ ଗୁପ୍ତା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।ବିକାଶ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ସକରାତ୍ମକ ହେବା ସର୍ବଦା ଭଲ ନୁହେଁ ଏବଂ ଏହି କ୍ଷେତ୍ରରେ ଆଦୌ ନୁହେଁ । ମୋର କୋଭିଡ୍ ଟେଷ୍ଟ ପଜିଟିଭ୍ ଆସିଛି । ଗତ କିଛି ଦିନ ମଧ୍ୟରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି ଦୟାକରି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ । ମୁଁ ନିଜକୁ ଆଇସୋଲେଟ୍ କରିଛି ଏବଂ ଶୀଘ୍ର ସୁସ୍ଥ ହେବାକୁ ଆଶା କରୁଛି ।’

ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ମୁଁ ପ୍ରକୃତରେ ସତର୍କ ଥିଲି କିନ୍ତୁ ଏକ ଭୁଲ ହୋଇଥାଇପାରେ । ମୋର କୋଭିଡ୍ ଟେଷ୍ଟ ପଜିଟିଭ୍ ବୋଲି ଜଣାପଡିଛି । ଯଦି କେହି ମୋ ସମ୍ପର୍କରେ ଆସିଛନ୍ତି, ଦୟାକରି ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜର ଟେଷ୍ଟ କରାଇ ନିଅନ୍ତୁ । ମୁଁ ଆଶା କରୁଛି ଆପଣମାନଙ୍କ ମଧ୍ୟରୁ କେହି ଏହିପରି ନୁହଁନ୍ତି କିନ୍ତୁ ଯଦି ଆପଣଙ୍କର କୌଣସି ସାହାଯ୍ୟ କିମ୍ବା ସୂଚନା ଦରକାର ତେବେ ଏକ ମେସେଜ୍ ଛାଡିଦେବେ ଏବଂ ମୁଁ ମୋର ଯଥାସାଧ୍ୟ ଚେଷ୍ଟା କରିବି । ‘ବିକାଶ କରୋନା ସଂକ୍ରମିତ ହେବାପରେ ଫ୍ୟାନ୍ସଠାରୁ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ବିକାଶ କୁପ୍ତା ବିଗ୍ ବସ୍ ୧୧ ସିଜିନରେ ନଜର ଆସିଥିଲେ । ଯେଉଁଥିରେ ସେ ଦ୍ୱିତୀୟ ରନରଅପ୍ ଥିଲେ ।

Show More

Related Articles

Back to top button