Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଲକ୍ଷେ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୧୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର : ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ଜୋରରେ ବଢିବାରେ ଲାଗିଛି। ଏଥିମଧ୍ୟରେ କୋରୋନାର ଗ୍ରାଫ୍ ଲକ୍ଷେ ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୧୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୩୪କୁ ବୃଦ୍ଧିପାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୩୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୨୯, ଗଞ୍ଜାମ ଜିଲ୍ଲାରୁ ୨୧୬, ବଲାଙ୍ଗୀର ଜିଲ୍ଲାରୁ ୩୫, ବାଲେଶ୍ବର ଜିଲ୍ଲାରୁ ୧୩୮, କୋରାପୁଟ ଜିଲ୍ଲାରୁ ୧୨୦, ଭଦ୍ରକ ଜିଲ୍ଲାରୁ ୪୦, ରାୟଗଡ଼ା ଜିଲ୍ଲାରୁ ୧୦୪, ପୁରୀ ଜିଲ୍ଲାରୁ ୧୧୮, ସୁନ୍ଦରଗଡ଼ ଜିଲ୍ଲାରୁ ୯୧, ଜଗତସିଂହପୁର ଜିଲ୍ଲାରୁ ୬୬, ସମ୍ବଲପୁର ଜିଲ୍ଲାରୁ୧୦୨, କଳାହାଣ୍ଡି ଜିଲ୍ଲାରୁ ୪୦, ଯାଜପୁର ଜିଲ୍ଲାରୁ ୩୮, କନ୍ଧମାଳ ଜିଲ୍ଲାରୁ ୬୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୪, ମାଲକାନଗିରି ଜିଲ୍ଲାରୁ ୪୯, ଗଜପତି ୯, ମୟୂରଭଞ୍ଜ ଜିଲ୍ଲାରୁ ୨୯୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫, ଢେଙ୍କାନାଳ ଜିଲ୍ଲାରୁ ୪୯, ନବରଙ୍ଗପୁର ଜିଲ୍ଲାରୁ ୩୮, କେନ୍ଦୁଝର ଜିଲ୍ଲାରୁ ୬୮, ସୁବର୍ଣ୍ଣପୁର ଜିଲ୍ଲାରୁ ୪୪, ଅନୁଗୁଳ ଜିଲ୍ଲାରୁ ୨୫, ବରଗଡ଼ ଜିଲ୍ଲାରୁ ୧୨୪, ନୂଆପଡ଼ା ଜିଲ୍ଲାରୁ ୭ ଓ ଦେବଗଡ଼ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

Show More

Related Articles

Back to top button