
ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୧ ଜଣ କୋଭିଡ ପଜିଟିଭ ବ୍ୟକ୍ତି । ଆଜି ୦-୧୮ ବର୍ଷ ଭିତରେ ୧୧୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮୩ ।
ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଓ କଟକରୁ ଚିହ୍ନଟ ହୋଇଛନ୍ତି ୧୦୧ ନୂଆ ଆକ୍ରାନ୍ତ । ଯାଜପୁର ଜିଲ୍ଲାରୁ ୩୩ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୮, ବାଲେଶ୍ବରରୁ ୩୪, ବରଗଡରୁ ୧୪, ଭଦ୍ରକରୁ ୯, ବୌଦ୍ଧ ୩, ଦେଓଗଡ଼ରୁ ୯, ଢେଙ୍କାନାଳରୁ ୧୯, ଗଞ୍ଜାମରୁ ୧୩, ଝାରସୁଗୁଡାରୁ ୫ କଳାହାଣ୍ଡିରୁ ୪, ୟକେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୦, କୋରାପୁଟରୁ ୩, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୨୭, ନବରଙ୍ଗପୁରରୁ ୧, ନୟାଗଡରୁ ୧୦, ପୁରୀରୁ ୨୬, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।