
ଚୀନ ସହରକୁ ପୁଣି ଲେଉଟିଲା କରୋନା । କରୋନାର ଜନ୍ମସ୍ଥଳୀ ଉହାନ ସହରର କିଛି ସ୍ଥାନକୁ ପୁଣିଥରେ ସଟଡାଉନ କରାଯାଇଛି । ସେହିପରି ସିନେମା ହଲ, ମଲ, କାଫେ ଓ ବାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି ।
ଉହାନର ଜିଆଙ୍ଗସ୍କିୟା ସହରରେ କରୋନାର ନୂଆ ମାମଲା ଚିହ୍ନଟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରାଯିବା ସହ କିଛି ସ୍ଥାନରେ କଟକଣାକୁ କଡାକଡି କରାଯାଇଛି । ଏପରିକି ସହରରେ ଆୟୋଜିତ ହେବାକୁ ଥିବା ବଡ ବଡ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି ।
ସେହିଭଳି ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରାଯାଇଥିବା ବେଳେ ଧାର୍ମିକ ଗତିବିଧି ଉପରେ ମଧ୍ୟ ରୋକ ଲଗାଯାଇଛି । ଏହାବାଦ୍ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି