ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

କରୋନା ବଦଳାଇଛି ରୂପ, ଡେଲଟା ସବୁଠୁ ଘାତକ

ନୂଆ ନୂଆ ରୂପ ପରିବର୍ତ୍ତନ କରୁଛି କରୋନା ଭାଇରସ । ସାରା ଦେଶରେ ଏବେସୁଦ୍ଧା ୨୩୦ ଥର କରୋନା ରୂପ ବଦଳାଇ ସାରିଲାଣି ।

ଏହି ଭ୍ୟାରିଆଣ୍ଟ ମଧ୍ୟରୁ କେତେକ ମାରାତ୍ମକ ଭ୍ୟାରିଆଣ୍ଟ ମଧ୍ୟ ଚିହ୍ନଟ ହୋଇଛନ୍ତି। ଏହି ଭ୍ୟାରିଆଣ୍ଟ ମଧ୍ୟରୁ ଡେଲ୍ଟା ହେଉଛି ସବୁଠୁ ଅଧିକ ଘାତକ। ଯାହାକି ଦ୍ଵିତୀୟ ଲହରୀ ସମୟରେ ଦେଶରେ ତାଣ୍ଡବ ରଚିଥିଲା। ତେବେ କିଛି ଦିନ ପୂର୍ବରୁ ଡେଲ୍ଟା ଭ୍ୟାରିଆଣ୍ଟର ପୁଣି ଦୁଇଟି ପ୍ରକାର ଚିହ୍ନଟ ହୋଇଥିଲା। ଏବେ ଆଉ ଏକ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି।ଆମେରିକା ପରେ ଭାରତରେ ଡେଲ୍ଟା ଭ୍ୟାରିଆଣ୍ଟର ୩ ପ୍ରକାରର ମ୍ୟୁଟେସନ ଠାବ ହୋଇଛି। ନୂଆ ମ୍ୟୁଟେସନର ନାମ ORF1A:I3731B । ଏଥିରେ S:K417 ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଏଥିପାଇଁ ଏହାକୁ AY3 ନାମ ଦିଆଯାଇଛି।

ଜିନୋମ ସିକ୍ଵେନ୍ସିଂରେ ଏନେଇ ସ୍ପଷ୍ଟ ତଥ୍ୟ ମିଳିଛି ।ସୂଚନାଯୋଗ୍ୟ, ଦେଶରେ ଏବେସୁଦ୍ଧା ୪୩.୮୦ କୋଟିରୁ ଅଧିକ ଲୋକଙ୍କ ନମୂନା ପରୀକ୍ଷଣ ହୋଇସାରିଛି। ଏଥିମଧ୍ୟରୁ ୪୨୮୬୯ସାମ୍ପୁଲର ବୈଜ୍ଞାନିକମାନେ ସିକ୍ଵେନ୍ସିଂ କରି ପାରିଛନ୍ତି। ଏହି ୪୨୮୬୯ସାମ୍ପୁଲରେ କରୋନା ଭାଇରସ୍‌ର ୨୩୦ ପ୍ରକାରର ରୂପ ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ୧୪ଟି ଭ୍ୟାରିଆଣ୍ଟ ସବୁଠୁ ଅଧିକ ମାରାତ୍ମକ । କେବଳ ସେତିକି ନୁହେଁ ଏଥିରେ ଥିବା ୮ଟି ଭ୍ୟାରିଆଣ୍ଟକୁ ଚିନ୍ତାଜନକ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏବେ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟକୁ ଭାରତ ସରକାର ଗୁରୁତର ଶ୍ରେଣୀରେ ରଖିଛନ୍ତି ।

Show More

Related Articles

Back to top button