
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ଦିନ ପ୍ରତିଦିନ କମିବାରେ ଲାଗିଛି। ସପ୍ତାହର ଚତୁର୍ଥ କାର୍ଯ୍ୟଦିବସରେ ଅର୍ଥାତ ଗୁରୁବାର ମୁଦ୍ରା ମୂଲ୍ୟ ଖସି ପ୍ରତି ଡଲାର ୭୯.୮୮ ଟଙ୍କା ହୋଇଛି। ଆଜି ଭାରତୀୟ ମୁଦ୍ରା ୭୯.୭୨ ମଜଭୁତ ସ୍ଥିତିରେ ବ୍ୟବସାୟ ଖୋଲିଥିଲା। କରବାର ସମୟରେ ମୁଦ୍ରା ମୂଲ୍ୟ ୭୯.୭୧ ଉଚ୍ଚସ୍ତରକୁ ଯାଇ ପୁଣି ଶେଷ ବେଳକୁ ତଳକୁ ଖସି ୭୯.୯୨ ରୁପୟା ହୋଇଛି। ଶୁକ୍ରବାର ବେଳକୁ ଏହା ୮୦ ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି।
କାହିଁକି ଡଲାର ତୁଳନାରେ ଖସୁଛି ଭାରତୀୟ ଟଙ୍କାର ମୂଲ୍ୟ ?
ଡଲାର ଶକ୍ତିଶାଳି ହେବା ରୁପିସ୍ ମୂଲ୍ୟ ହ୍ରାସ ହେବାର ବଡ଼ କାରଣ। ପ୍ରକୃତ କଥା ହେଲା ମହଙ୍ଗା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ସୁଧହାର ବଢ଼ାଇଥିଲା। ଏହାପରେ ହିଁ ଡଲାର ମଜଭୁତ ହୋଇଯାଇଥିଲା। ମୁଦ୍ରା ମୂଲ୍ୟ ହ୍ରାସର ଆଉ ଏକ କାରଣ ଅଶୋଧିତ ତୈଳ ଦର ବୃଦ୍ଧି। ଯଦିଓ ଏବେ ଅଶୋଧିତ ତୈଳ ଦର କମ ରହିଛି ତେବେ ପୂର୍ବରୁ ବର୍ଦ୍ଧିତ ମୂଲ୍ୟର ପ୍ରଭାବ ଏବେ ଦେଖିବାକୁ ମିଳୁଛି।