Breaking PLUSଦେଶ ବିଦେଶମୁଖ୍ୟ ଖବର
୧୪ରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଶ ସଂପାଦକ ଚମ୍ପତ ରାୟ କହିଛନ୍ତି ଯେ ଅଯୋଧ୍ୟାରେ ଚଳିତ ମାସ ୧୪ ତାରିଖରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଶ ସଂପାଦକ ଚମ୍ପତ ରାୟ କହିଛନ୍ତି ଯେ ଅଯୋଧ୍ୟାରେ ଚଳିତ ମାସ ୧୪ ତାରିଖରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ପଥର ସହିତ ତମ୍ବାକୁ ବ୍ୟବହାର କରି ମନ୍ଦିର ନିର୍ମାଣ କରାଯିବ ଯାହାଦ୍ୱାରା ଏହି ବହୁ ବର୍ଷ ଯାଏଁ ତିଷ୍ଠି ରହିବ । କିନ୍ତୁ ଏହି ପ୍ରକ୍ରିୟା ଯୋଗୁ ମନ୍ଦିର ନିର୍ମାଣ ପାଇଁ ବ୍ୟୟ ଅଧିକ ବଢ଼ିଯିବ ।
ସେ ମଧ୍ୟ ସୂଚନା ଦେଇଛନ୍ତି କି ମନ୍ଦିରର ଆଧାର( ଫାଉଣ୍ଡେସନ) ଯେଉଁ ସ୍ଥାନରେ ନିର୍ମାଣ କରାଯିବ, ସେଠାରେ ସରଜୂ ନଦୀର ଧାରା ପ୍ରବାହିତ ହେଉଥିବାର ଜଣାପଡିଛି। ଏହା ଯୋଗୁ ନିର୍ମାଣରେ କିଛିଟା ସମସ୍ୟା ଦେଖାଦେଇପାରେ । ତେବେ ଏକ ସପ୍ତାହ ଭିତରେ ଏହି ସମସ୍ୟାର ସମାଧାନ ବାହାର କରାଯିବ । ଆଇଆଇଟି ବିଶେଷଜ୍ଞମାନେ ଏହି କାର୍ଯ୍ୟରେ ଲାଗିଛନ୍ତି ।