Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟପାଳ ନବୀନ ନିବାସକୁ ଯିବା ପ୍ରସଙ୍ଗ, ରାଜ୍ୟପାଳଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ

ଭୁବନେଶ୍ୱର- ରାଜ୍ୟପାଳ ରଘୁବର ଦାସ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । କଂଗ୍ରେସ ଏହାକୁ ସମାଲୋଚନା କରିବା ସହ ରାଜ୍ୟପାଳଙ୍କ ସ୍ପଷ୍ଟୀକରଣ ଦାବି କରିଛି । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟପାଳ ନବୀନ ନିବାସକୁ ଯାଇ ପ୍ରୋଟୋକଲ ଭାଙ୍ଗିଛନ୍ତି । ରାଜ୍ୟପାଳ ନବୀନ ନିବାସକୁ ଯିବା ଦ୍ବାରା ପ୍ରୋଟୋକଲ ଭଙ୍ଗ ହୋଇଛି । – ରାଜ୍ୟପାଳ କାହିଁକି ଯାଇଥିଲେ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ । ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । କେଉଁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଯାଇଥିଲେ ତାହା ରାଜ୍ୟପାଳ ସ୍ପଷ୍ଟ କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ଦେବାକୁ ନା ଦିୱାଲି ଭେଟି ଦେବାକୁ ଯାଇଥିଲେ ରାଜ୍ୟପାଳ ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ । ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି କି, ସେଥିପାଇଁ ଦେଖା କରିବାକୁ ଯାଇଥିଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା । ଏ ତିନିଟିରୁ କେଉଁଟି ଠିକ୍‌, ରାଜ୍ୟପାଳ ସ୍ପଷ୍ଟ କରିବା ଦରକାର ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି । ଅନ୍ୟପଟେ ପଞ୍ଚାନନଙ୍କ ଆରୋପ ନେଇ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Show More

Related Articles

Back to top button