ମଧ୍ୟପ୍ରଦେଶରେ କଂଗ୍ରେସର ଜନ ଆକ୍ରୋଶ ଯାତ୍ରା, ବିଜେପିକୁ କଟାକ୍ଷ

କଂଗ୍ରେସର ଜନ ଆକ୍ରୋଶ ଯାତ୍ରା ମଧ୍ୟପ୍ରଦେଶର ଟିକମଗଡରେ ପହଞ୍ଚିଛି। ସହରର ଅନେକ ସ୍ଥାନରେ କଂଗ୍ରେସ କର୍ମୀମାନେ ଯାତ୍ରାର ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଯାଦବଙ୍କୁ ସ୍ବାଗତ କରିଛନ୍ତି। ସହର ଭ୍ରମଣ ପରେ ଗାନ୍ଧୀ ଛକରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ସଭାରେ ଅରୁଣ ଯାଦବ ଭାଜପାକୁ କଟାକ୍ଷ କରିଛନ୍ତି।
ସେ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମଧ୍ୟ ସ୍ବାଗତ। ତେବେ ସେମାନେ ଲଢ଼ିଲେ ବି ଗଡ଼ ବଞ୍ଚାଇବା କଷ୍ଟକର ହେବ।
ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟକୁ ଲଗାତାର ୭ ଥର ଗସ୍ତ କରିଛନ୍ତି। ସେହିପରି ଶାହା ମଧ୍ୟ ବାରମ୍ବାର ବୈଠକ କରୁଛନ୍ତି। ଏଥିରୁ ସ୍ପଷ୍ଟ ଭାଜପା ମନରେ ଭୟ ରହିଛି। ୨୦୨୩ ବିଧାନସଭା ନିର୍ବାଚନରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଭାଜପା ଫଳାଫଳ ନିଜ ପକ୍ଷରେ ନ ଯିବା ହୃଦୟଙ୍ଗମ କରି ସାରିଛି। ଭାଜପା ଫଳାଫଳ ନିଜ ପକ୍ଷରେ ନ ଯିବା ହୃଦୟଙ୍ଗମ କରି ସାରିଛି। ତେଣୁ ଦଳର ବଡ଼ ବଡ଼ ନେତା ରାଜ୍ୟକୁ ବାରମ୍ବାର ଗସ୍ତ ଜାରି ରଖିଛନ୍ତି।