Breaking PLUSଓଡ଼ିଶାମୁଖ୍ୟ ଖବର

ଅମାନିଆ ହୋଇ ବାହାରେ ବୁଲୁଛନ୍ତି କରୋନାରେ ସଂକ୍ରମିତ ସୁର ରାଉତରାୟ

କରୋନାରେ ସଂକ୍ରମିତ ହୋଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ନିକଟରେ ତାଙ୍କ ରିପୋର୍ଟ ପଜିଟିଭି ବାହାରିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଥିଲା । ଖାସ କରି ସୁର ରାଉତରାୟ ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିବାରୁ ଅନେକ ଲୋକ କୋକୁଆ ଭୟରେ ରହିଛନ୍ତି । ତେବେ କରୋନାରେ ସଂକ୍ରମିତ ହୋଇ ସୁଦ୍ଧା ଘରେ ବସିବାକୁ ପସନ୍ଦ କରୁନାହାଁନ୍ତି ସୁର ରାଉତରାୟ ।

ସଙ୍ଗରୋଧ ତ ଦୂରର କଥା କରୋନାରେ ସଂକ୍ରମିତ ହୋଇ ବିନା କଟକଣାରେ ବାହାରେ ଘୁରି ବୁଲୁଛନ୍ତି । ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସୁର ରାଉତରାୟ ସୁପର ସ୍ପ୍ରେଡର୍ ଭାବେ ପରିଗଣିତ ହୋଇଛନ୍ତି । ତେବେ ଜଣେ ବରିଷ୍ଠ ଲୋକପ୍ରତିନିଧି ହୋଇ ସୁଦ୍ଧା ସୁର ରାଉତରାୟଙ୍କ ଏପରି କାର୍ଯ୍ୟକଳାପକୁ ଅନେକ ନିନ୍ଦା କରିଛନ୍ତି ।

Show More

Related Articles

Back to top button