Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

ଲୋକଙ୍କୁ ବିଭ୍ରାନ୍ତ କରିବା ଓ ମିଥ୍ୟା ଆତଙ୍କ ସୃଷ୍ଟିରୁ କଂଗ୍ରେସ ବିରତ ରହୁ- ସାଂସଦ ଅପରାଜିତା ଷଡ଼ଙ୍ଗୀ

କଂଗ୍ରେସର ବ୍ୟବହାର ଅପରିପକ୍ୱ । ଲୋକଙ୍କୁ ବିଭ୍ରାନ୍ତ କରିବା ଓ ମିଥ୍ୟା ଆତଙ୍କ ସୃଷ୍ଟିରୁ କଂଗ୍ରେସ ବିରତ ରହୁ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । କୋଭିଡ ଟିକାକରଣକୁ ନେଇ କଂଗ୍ରେସକୁ ଟାର୍ଗେଟ କରି ଅପରାଜିତା ଏଭଳି କହିଛନ୍ତି

କଂଗ୍ରେସର ବ୍ୟବହାର ଅପରିପକ୍ୱ । ଲୋକଙ୍କୁ ବିଭ୍ରାନ୍ତ କରିବା ଓ ମିଥ୍ୟା ଆତଙ୍କ ସୃଷ୍ଟିରୁ କଂଗ୍ରେସ ବିରତ ରହୁ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । କୋଭିଡ ଟିକାକରଣକୁ ନେଇ କଂଗ୍ରେସକୁ ଟାର୍ଗେଟ କରି ଅପରାଜିତା ଏଭଳି କହିଛନ୍ତି । କୋଭିଡ ସମୟରେ କଂଗ୍ରେସର ରାଜନୀତିକୁ ଅପରାଜିତା ସମାଲୋଚନା କରିଥିବାବେଳେ ଟିକାକରଣ ନେଇ ଗବେଷକ ଓ ଫ୍ରଣ୍ଟଲାଇନ ଯୋଦ୍ଧାକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟମାନଙ୍କୁ ଟିକା ଯୋଗାଣରେ ପାତରଅନ୍ତର କରାଯାଉନାହିଁ । ଜଣେ ବରିଷ୍ଠ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭ୍ୟାକସିନ ଠିକ ନୁହେଁ ବୋଲି କହିଥିଲେ । ଏହା ଦେଶର ବୈଜ୍ଞାନିକ ଓ ଗବେଷକଙ୍କ ପାଇଁ ଅପମାନ । ଟିକାକରଣର ବିକେନ୍ଦ୍ରୀକରଣ କରାଯାଉ ବୋଲି କଂଗ୍ରେସ ଆହ୍ୱାନ ଦେଇଛି । ଲୋକଙ୍କୁ ବିଭ୍ରାନ୍ତ କରିବା ଓ ମିଥ୍ୟା ଆତଙ୍କ ସୃଷ୍ଟିରୁ କଂଗ୍ରେସ ବିରତ ରହୁୁ । କଂଗ୍ରେସର ଅନେକ ନିଃସ୍ୱାର୍ଥପର କର୍ମୀ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ସେମାନଙ୍କ କଠିନ ପରିଶ୍ରମକୁ କିଛି ବରିଷ୍ଠଙ୍କ ନକରାତ୍ମକ କାର୍ଯ୍ୟ ଘୋଡ଼ାଇ ଦେଉଛି । ଟିକାକରଣ ନେଇ ସବୁ ଦଳ ଆଲୋଚନା କରିଛନ୍ତି ।

ଏକମତ ହୋଇଛନ୍ତି । କିଛି କଂଗ୍ରେସ ଶାସିତ ରାଜ୍ୟରେ ଏନେଇ ପଦକ୍ଷେପ ନିଆଯାଉନାହିଁ । ଏନେଇ ସୋନିଆ ଗାନ୍ଧୀଙ୍କୁ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଚିଠି ଲେଖିଛନ୍ତି ।

କଂଗ୍ରେସର ମତମନ୍ତବ୍ୟ ନେଇ ଜେ.ପି. ନଡ୍ଡା ସୋନିଆଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଟିକାକୁ ନେଇ କଂଗ୍ରେସ ରାଜନୀତି ନକରି ସହଯୋଗ କରିବାକୁ ନଡ୍ଡା ଚିଠି ଲେଖିଛନ୍ତି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

Show More

Related Articles

Back to top button