Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଟିକେଟ୍ ଦେଲାନି କଂଗ୍ରେସ

ସରଗରମ ହେବାରେ ଲାଗିଛି ପଞ୍ଜାବ ବିଧାନସଭା ନିର୍ବାଚନ। ଟିକେଟ ପାଇଁ ଚାଲିଛି ସବୁଠି କସରତ। ଏଥିମଧ୍ୟରେ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯାଇଛି।

ଚଣ୍ଡିଗଡ଼ : ସରଗରମ ହେବାରେ ଲାଗିଛି ପଞ୍ଜାବ ବିଧାନସଭା ନିର୍ବାଚନ। ଟିକେଟ ପାଇଁ ଚାଲିଛି ସବୁଠି କସରତ। ଏଥିମଧ୍ୟରେ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯାଇଛି। ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଥିବା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏମିତିକି ଖୋଦ୍ ମୁଖ୍ୟମନ୍ତୀ ଚରଣଜିତ ସିଂ ଚନ୍ନିଙ୍କ ଭାଇଙ୍କୁ ଟିକେଟ ମିଳି ନାହିଁ। ଚରଣଜିତ ସିଂ ଚନ୍ନିଙ୍କ ଭାଇ ମନୋହର ସିଂ ନିକଟରେ ସରକାରୀ ଡାକ୍ତର ଛାଡ଼ି ରାଜନୀତିକୁ ପ୍ରବେଶ କରିଥିଲେ। ମନୋହର ବସିପଠାନ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳଠାରୁ ନିରାଶ ହେବା ପରେ ମନୋହର ସ୍ୱାଧୀନରୁ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ପଞ୍ଜାବ କଂଗ୍ରେସ ୮୬ ଜଣଙ୍କ ନାମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତୀ ଚରଣଜିତ୍ ସିଂ ଚନ୍ନିଙ୍କ ନାଁ ପ୍ରକାଶ ପାଇଛି। ଚରଣଜିତ୍ ସିଂ ଚନ୍ନି ଚମକୌର ଆସନରୁ ଲଢ଼ିବେ । ତେବେ ପଟିଆଲା ଅର୍ବାନ ଆସନ ପାଇଁ ଦଳ ଟିକେଟ ଘୋଷଣା କରି ନାହିଁ। ତେବେ ଖୁବ୍ଶୀଘ୍ର ବାକି ୩୧ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ୧୧୭ ବିଶିଷ୍ଟ ପଞ୍ଜାବ ବିଧାନ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୧୪ରେ ନିର୍ବାଚନ ହେବ। ଏଠାରେ ଗୋଟି ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ମାର୍ଚ୍ଚ ୧୦ରେ ଗଣତି ହେବ।

Show More

Related Articles

Back to top button