ଦେଶବ୍ୟକ୍ତିତ୍ୱମୁଖ୍ୟ ଖବର
ଜୀବନ ଯୁଦ୍ଧରେ ହାରିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ଆଉ ନାହାଁନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ୪୨ ଦିନର ସଂଘର୍ଷ ପରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ଦିଲ୍ଲୀ ଏମସ ଭେଣ୍ଟିଲେଟରରେ ଚିକିତ୍ସା ଚାଲିଥିଲାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।
ରାଜୁ ଆଗଷ୍ଟ ୧୦ରେ ଜିମରେ ବ୍ୟାୟାମ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା ।ଯାହାଫଳରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଥିଲେ ।
୨୫ ଡିସେମ୍ବର ୧୯୬୩ରେ ଉତ୍ତରପ୍ରଦେଶ କାନପୁରରେ ଜନ୍ମ ଗ୍ରହଣ କରିଥିଲେ ରାଜୁ । ରାଜୁଙ୍କର ପୁରା ନାଁ ଥିଲା ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ସେ ଅନେକ ଚଳଚ୍ଚିତ୍ର ସହ ଟିଭି ସିରିୟଲରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଥିସହିତ ରାଜୁ ବିଗ୍ ବସ୍–୩ ନଚ ବଲିଏ ୬ ଭଳି ରିଏଲିଟି ଶୋରେ ଭାଗ ନେଇ ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ।