Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଜିଠାରୁ ଆରମ୍ଭ ହେଲା ତଟସୁରକ୍ଷା ସମରାଭ୍ୟାସ ‘ସି ଭିଜିଲ’

ଦେଶର ସାମୁଦ୍ରିକ ତଟର ସୁରକ୍ଷା ନେଇ ମଙ୍ଗଳବାର ଠାରୁ ' ସି ଭିଜିଲ' ନାମରେ ସବୁଠାରୁ ବଡ଼ ସମରାଭ୍ୟାସ ଆରମ୍ଭ ହେବ । ଦେଶର ଦୁଇ ନିୟୁତ ବର୍ଗ କିମି ପରିମିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ସମେତ ବିଭିନ୍ନ ଦ୍ୱୀପାଞ୍ଚଳ ସୀମା ଏବଂ ୭୫୧୬ କିମି ବିଶିଷ୍ଟ ସାମୁଦ୍ରିକ ତଟର ସୁରକ୍ଷା ନେଇ ଏହି ଅଭ୍ୟାସ କରାଯିବ ।

ଦେଶର ସାମୁଦ୍ରିକ ତଟର ସୁରକ୍ଷା ନେଇ ମଙ୍ଗଳବାର ଠାରୁ ‘ ସି ଭିଜିଲ’ ନାମରେ ସବୁଠାରୁ ବଡ଼ ସମରାଭ୍ୟାସ ଆରମ୍ଭ ହେବ । ଦେଶର ଦୁଇ ନିୟୁତ ବର୍ଗ କିମି ପରିମିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ସମେତ ବିଭିନ୍ନ ଦ୍ୱୀପାଞ୍ଚଳ ସୀମା ଏବଂ ୭୫୧୬ କିମି ବିଶିଷ୍ଟ ସାମୁଦ୍ରିକ ତଟର ସୁରକ୍ଷା ନେଇ ଏହି ଅଭ୍ୟାସ କରାଯିବ । ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାରତୀୟ ନୌସେନା ସାମିଲ ରହିବା ସହିତ ସାମୁଦ୍ରିକ ତଟ ସହିତ ସଂପୃକ୍ତ ଅନ୍ୟାନ୍ୟ ଏଜେନ୍ସିଗୁଡିକ ସାମିଲ ହେବେ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ‘ଟ୍ରୋପେକ୍ସ'( ଥିଏଟର ଲେବଲ ରେଡିନେସ୍ ଅପରେସନାଲ ଏକ୍ସରସାଇଜ୍‌) କୌଶଳରେ ସୁରକ୍ଷା ଢାଞ୍ଚା ଅଭ୍ୟାସ କରାଯିବ । ସାଧାରଣତଃ ଜାନୁଆରୀ ଶେଷ ଏବଂ ଫେବୃଆରୀ ଶେଷ ଭାଗରେ ସମୁଦ୍ର ଅଶାନ୍ତ ରହୁଥିବା ବେଳେ ଏହି ପ୍ରତିକୂଳ ସ୍ଥିତିରେ ଭାରତର ଉଭୟ ପୂର୍ବ ଏବଂ ପଶ୍ଚିମ ତଟରେ ନୌସେନା ସୁରକ୍ଷାଜନିତ ପରାକ୍ରମ ଦେଖାଇବ ବୋଲି କୁହାଯାଇଛି । ୨୦୦୮ରେ ସାମୁଦ୍ରିକ ପଥରେ ଆତଙ୍କବାଦୀମାନେ ଦେଶରେ ପ୍ରବେଶ କରି ମୁମ୍ବାଇରେ ଯେଭଳି ଆକ୍ରମଣ କରିଥିଲେ ତାହାକୁ ଦୃଷ୍ଟିରେ ରଖି ତଟ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି କୁହାଯାଇଛି । ନୌସେନା ବିଭାଗ ସମନ୍ୱୟରେ ଆରମ୍ଭ ହେବାକୁଥିବା ଏହି ସମରାଭ୍ୟାସରେ ୧୩ଟି ଉପକୂଳ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଅନ୍ୟାନ୍ୟ ଏଜେନ୍ସିମାନେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

Show More

Related Articles

Back to top button