Breaking PLUSଓଡ଼ିଶାମୁଖ୍ୟ ଖବର

ସିଏମ୍ଓ-ବସ୍ ମାଲିକ ସଂଘ ଆଲୋଚନା ସକରାତ୍ମକ

ଭୁବନେଶ୍ୱର, 09 ଅକ୍ଟୋବର – ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ 10 ତାରିଖ ଠାରୁ ଅନିର୍ଦିଷ୍ଟ କାଳ ଯାଏ ବସ ଧର୍ମଘଟ କରାଯିବ ବୋଲି ଘରୋଇ ବସ ମାଲିକ ସଂଘର ଘୋଷଣା ପରେ ସୋମବାର ଦିନ ସକାଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଘରୋଇ ବସ ମାଲିକ ସଂଘର ପ୍ରତିନିଧି ମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ସକରାତ୍ମକ ହୋଇଥିବା ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ‘ସରକାର ଆମ ଦାବି ଶୁଣିଛନ୍ତି ଓ ଆମର ଦାବିକୁ ଯଥାର୍ଥ ବୋଲି ସ୍ୱୀକାର କରିଛନ୍ତି । ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ । ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର । ଏବେ ବି ଆନ୍ଦୋଳନ ନିଷ୍ପତ୍ତି ବଳବତ୍ତର ରହିଛି ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ ରବିବାର ଦିନ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଅନିର୍ଦିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବ ବୋଲି ସୂଚନା ଦିଆଯାଇଥିଲା । ଏହି ସମୟରେ କୌଣସି ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ କରିବ ନାହିଁ ବୋଲି କୁହାଯାଇଥିଲା ।

ସଂଘ ପକ୍ଷରୁ କୁହା ଯାଇଥିଲା ଯେ ୨୭ତାରିଖରେ ମଧ୍ୟ ବୈଠକରେ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ । ହେଲେ ସରକାର ଆଲୋଚନାକୁ ଡାକିଲେ ନାହିଁ କି ଦିଆଯାଇଥିବା ସ୍ମାରକ ପତ୍ର ମୁତାବକ କୌଣସି ଦାବି ସରକାର ମାନିଲେ ନାହିଁ । ତେଣୁ ଦାବି ପୁରଣ ନହେବା ପର୍ଯ୍ୟନ୍ତ ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Show More

Related Articles

Back to top button