Breaking PLUSଓଡ଼ିଶାମୁଖ୍ୟ ଖବର

ଜାତୀୟ ପ୍ରେସଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ହେଉଛି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକ ଓ ମିଡିଆ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ।
ଗଣତନ୍ତ୍ରର ମୂଳଦୁଆ ହେଉଛି ମୁକ୍ତ ଗଣମାଧ୍ୟମ ଏବଂ ଏହା ଲୋକମାନଙ୍କୁ ସ୍ୱର ଦେଇଥାଏ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ଏବଂ ନିରପେକ୍ଷ ସୂଚନା ସହିତ ଲୋକଙ୍କୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Show More

Related Articles

Back to top button