Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ମୁକାବିଲା: ୨୯୦ କୋଟିର MSME ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କରୋନା ଯୋଗୁଁ ରାଜ୍ୟରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସ୍‌ଏମଇ) ବହୁଳ ଭାବେ ପ୍ରଭାବିତ ହୋଇଛି । ଏମଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କୁ କରୋନା ଯନ୍ତାରୁ ଉଦ୍ଧାର କରିବାକୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ୨୮୯ କୋଟି ୪୨ ଲକ୍ଷ ଟଙ୍କାର ପ୍ୟାଜେକ୍‌ ଘୋଷଣା କରିଛନ୍ତି

କରୋନା ଯୋଗୁଁ ରାଜ୍ୟରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସ୍‌ଏମଇ) ବହୁଳ ଭାବେ ପ୍ରଭାବିତ ହୋଇଛି । ଏମଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କୁ କରୋନା ଯନ୍ତାରୁ ଉଦ୍ଧାର କରିବାକୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ୨୮୯ କୋଟି ୪୨ ଲକ୍ଷ ଟଙ୍କାର ପ୍ୟାଜେକ୍‌ ଘୋଷଣା କରିଛନ୍ତି । ପ୍ୟାକେଜ୍‌ରେ ସହାୟତା ରାଶି ସହ ସୁଧ ଛାଡ଼, ଅଧିକ ରିହାତି, ରାଜ୍ୟ ଜିଏସ୍‌ଟିର ଭରଣା ସହ ବାର୍ଷିକ ରକ୍ଷଣାବେକ୍ଷଣ ପାଣ୍ଠିକୁ ଛାଡ଼ କରାଯାଇଛି । ଉଦ୍ୟୋଗୀମାନେ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ୟାକେଜକୁ ସ୍ୱାଗତ କରିଛନ୍ତି ।

ରାଜ୍ୟରେ ବହୁ ସଂଖ୍ୟାରେ ମହିଳା ଓ ଦୁର୍ବଳ ବର୍ଗର ଲୋକମାନେ କରିଥିବା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ କରୋନାରେ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧ ଲକ୍ଷ ୭୦ ହଜାର ଏମଏସଏମଇ ୟୁନିଟକୁ ସୁଧ ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ସରକାର ଭରଣା କରିବେ । ରାଜ୍ୟରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ୪୦ ପ୍ରତିଶତ ୟୁନିଟ ପାଇଁ ୧୦୮ କୋଟି ୨୯ ଲକ୍ଷ ଟଙ୍କାର ପାଣ୍ଠି ବରାଦ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ପିଏମଇଜିପି ଧାର୍ଯ୍ୟ ନିୟମ ଅନୁସାରେ ଦୁର୍ବଳ ଶ୍ରେଣୀର ଉଦ୍ୟୋଗୀମାନଙ୍କୁ ଋଣ ଉପରେ ୫ ପ୍ରତିଶତ ଅତିରିକ୍ତ ରିହାତି ମିଳିବ । ଏଥିପାଇଁ ରାଜକୋଷରୁ ୨୭ କୋଟି ଟଙ୍କାର ପାଣ୍ଠି ପ୍ୟାକେଜରେ ବରାଦ କରାଯାଇଛି । ଏହା ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ, ମହିଳା, ଭିନ୍ନକ୍ଷମ ଶ୍ରେଣୀର ଉଦ୍ୟୋଗୀଙ୍କୁ ଢେର ସହାୟକ ହେବ ।

ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ଅଧିକ ଉତ୍ସାହିତ କରିବାକୁ ମଧ୍ୟ ପ୍ୟାକେଜରେ ଅର୍ଥ ବରାଦ ହୋଇଛି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଏ ଯୋଜନାରେ ଉଦ୍ୟୋଗୀମାନଙ୍କୁ ଋଣ ଉପରେ ୧୫ ପ୍ରତିଶତ ହୋଇଛି ସେଥିରେ ସୂକ୍ଷ୍ମ ଉଦ୍ୟୋଗୀମାନେ ଲାଭ ପାଇବେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଏଥିପାଇଁ ସରକାର ୧୦୦ କୋଟିର ପାଣ୍ଠି ବରାଦ କରିଛନ୍ତି । ଏହାଛଡ଼ା ନିକଟରେ କ୍ୟାବିନେଟ୍‌ ଅନୁମୋଦନ କରିଥିବା ନିଷ୍ପତ୍ତି ଅନୁସାରେ, ୧୭୫ଟି ୟୁନିଟ୍‌ ୨୦୧୭ ଜୁଲାଇ ପହିଲାରୁ ମାର୍ଚ୍ଚ ୩୧ ୨୦୨୦ ଯାଏ ରାଜ୍ୟ ଜିଏସଟି ବାବଦ ଟଙ୍କା ଫେରିପାଇବେ । ଏହାର ପରିମାଣ ହେବ ୩୮.୩୦ କୋଟି । ଏମଏସଏମଇ ୟୁନିଟଗୁଡ଼ିକ ଇଡ୍‌କୋକୁ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଯେଉଁ ଟଙ୍କା ଦାଖଲ କରିବା କଥା ତାକୁ ଛାଡ଼ କରାଯାଇଛି । ପ୍ରାୟ ୫ ହଜାର ୟୁନିଟ୍‌ ଏ ବାବଦରେ ୫.୮୩ କୋଟିର ଛାଡ଼ ପାଇବେ ।

Show More

Related Articles

Back to top button