ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ସାବଧାନ: ଖାଇ ସାରିବା ପରେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ

କିଛି ଏମିତି ଜିନିଷ ଅଛି ଯାହା ଖାଇବା ପରେ ସଙ୍ଗେ ସଙ୍ଗେ ଖାଇବା ଉଚିତ ନୁହେଁ, ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ କଣ-

*ବହୁତ ଲୋକ ଅଛନ୍ତି ଯେଉଁ ମାନେ ଖାଇବାର ତୁରନ୍ତ ପରେ ବିଛଣାକୁ ଶୋଇବାକୁ ଅଭ୍ୟାସ ଥାଏ କିନ୍ତୁ ଜାଣି ରଖିବା ଉଚିତ ଖାଇବାର ତୁରନ୍ତ ପରେ ଶୋଇବାକୁ ବିଛଣାକୁ ଗଲେ ଏହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ ଅଟେ l ଏହା ଆମର ହଜମ କରିବା ପ୍ରକ୍ରିୟାକୁ ଗତିଶୀଳ କରେ ନାହିଁ l ଯାହା ଆମ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ l

* ଧୁମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ ଏ କଥା ସମସ୍ତେ ଜାଣନ୍ତି କିନ୍ତୁ ଖାଇବାପରେ ସିଗାରେଟ ଟାଣିବା ଦ୍ୱାରା କ୍ୟାନ୍ସର ହବା ସମ୍ଭାବନା ଥାଏ l

* ଆମେ ସମସ୍ତେ ଜାଣିଛେ ଗାଧୋଇବା ପରେ ଖାଇବା ଉଚିତ କିନ୍ତୁ ଖାଇବାପରେ ବେଳେ ବେଳେ ଅଧିକାଂଶ ଲୋକ ଗାଧୋଇ ଥାନ୍ତି , ଯାହା ପାଚନ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକେଇଥାଏ l

*ଖାଇ ସାରିବା ପରେ ଚାହା ପିଅନ୍ତୁ ନାହିଁ ,ଏହା ଆମ ଶରୀରର ହଜମ ପ୍ରକ୍ରିୟାକୁ ପ୍ରଭାବିତ କରେ l

*ଫଳକୁ ସବୁବେଳେ ଖାଲି ପେଟରେ ଖାଇବା ଉଚିତ କିନ୍ତୁ ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ଫଳ ଖାଆନ୍ତୁ ନାହିଁ କାରଣ ଫଳକୁ ହଜମ କରିବା ପାଇଁ ବିଭିନ୍ନ ଏଞ୍ଜାଇମର ଆବଶ୍ୟକତା ରହିଥାଏ l

Show More

Related Articles

Back to top button