Breaking PLUSଓଡ଼ିଶାମୁଖ୍ୟ ଖବର

ବେଆଇନ ଗୋରୁ ଚାଲାଣ ବେଳେ ଚଢାଉ, ୭ଟି ପିକଅପ୍ ଭ୍ୟାନରୁ ୬୧ ଗୋରୁ ଉଦ୍ଧାର

ବେଆଇନ ଗୋରୁ ଚାଲାଣ ବେଳେ ୬୧ ଗୋରୁ ଉଦ୍ଧାର। ରବିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ତେଲକୋଇ ପୋଲିସ ୭ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ଜରିଛି। ଏହା ସହ ୧୭ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଗୋରୁ ଗୁଡ଼ିକ ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରୁ ମୟୂରଭଞ୍ଜ ଜିଲ୍ଲାର ହାଟବାଦଲାକୁ ଚାଲାଣ ହେଉଥିବା ଜଣାପଡିଛି ।

ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ତେଲକୋଇ ବଜାରରେ ପାଟ୍ରୋଲିଂ କରୁଥିବା ବେଳେ ପିକଅପ୍ ଭ୍ୟାନଗୁଡିକ ତେଲକୋଇ ଦେଇ ଯାଉଥିବାବେଳେ ପୋଲିସ ଅଟକାଇ ଚେକିଂ କରିଥିଲା। ଏହି ସମୟରେ ଗାଡ଼ି ଭିତରୁ ଗୋରୁ ଗୁଡ଼ିକୁ ଜବତ କରିଥିଲା ପୋଲିସ। ୭ଟି ପିକଅପ୍ ଭ୍ୟାନରୁ ପ୍ରାୟ ୬୧ଟି ଗୋରୁ ଉଦ୍ଧାର ହୋଇଛନ୍ତି। ଏହାସହିତ ୭ଟି ପିକଅପ୍ ଭ୍ୟାନ୍ ସହ ୭ ଜଣ ଡ୍ରାଇଭରଙ୍କ ସହ ଅନ୍ୟ ୧୦ ଜଣ ଗୋରୁ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଏହି ଗୋରୁ ଗୁଡ଼ିକ ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରୁ ମୟୂରଭଞ୍ଜ ଜିଲ୍ଲାର ହାଟବାଦଲାକୁ ଗୋଚାଲାଣ ହେଉଥିବା ଜଣାପଡିଛି । ତେବେ ଗାଡି ସହ ଗୋରୁଗୁଡିକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି ପୋଲିସ ।

Show More

Related Articles

Back to top button